ରାଜ୍ୟ

ବୈଜୟନ୍ତ ଓ ଜଗି ମଙ୍ଗତଙ୍କ ମନି ଲଣ୍ଡରିଂ ଘଟଣା: ବୈଜୟନ୍ତଙ୍କ ସ୍ପଷ୍ଟୀକରଣ ଦାବି କଲେ ସସ୍ମିତ ପାତ୍ର

କେନ୍ୟୁଜ୍(ବ୍ୟୁରୋ):  ଆସିଲା ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଏଥର ମନି ଲଣ୍ଡରିଂ ନେଇ ଗୁରୁତର ଅଭିଯୋଗ । ଦିଲ୍ଲୀରେ ସାମାଜିକ ଅନୁଷ୍ଠାନ ପାଥ୍‌ ପକ୍ଷରୁ କୁହାଯାଇଛି, ଗତ ୨୦୧୯ ମସିହା ଜାନୁଆରୀ ୨୫ରେ ଓଟିଭି ନୂଆଦିଲ୍ଲୀ ସଫଦରଜଂଗରେ ୧୦ କୋଟି ଟଙ୍କାରେ ଏକ ଗେଷ୍ଟ ହାଉସ କିଣିଥିଲା । ଏହି ଗେଷ୍ଟ ହାଉସଟି ସୁରଙ୍ଗୀ ସର୍ଭିସେସ୍‌ ଲିମିଟେଡ-SSLରୁ କିଣାଯାଇଥିଲା । ଅଭିଯୋଗ ଅନୁସାରେ ବାହାମାସ୍‌ରେ ଥିବା ଦୁଇଟି ସେଲ୍‌ କଂପାନୀର ମାଲିକାନାରେ ଥିଲା SSL । ସଂପୃକ୍ତ ଦୁଇ ସେଲ୍‌ କଂପାନୀ ହେଲେ ଫିନ୍‌ଲେ କର୍ପୋରେସନ ଏବଂ ମେସିନା କର୍ପୋରେସନ । ଏମାନେ ମନି ଲଣ୍ଡରିଂ କରୁଥିବା ନେଇ ଇଣ୍ଟରନ୍ୟାସନାଲ କୋନସୋର୍ଟିୟମ ଅଫ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ନାଲିଷ୍ଟ ICIJ ଦ୍ୱାରା ମଧ୍ୟ ଚିହ୍ନଟ ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି । ବଡ଼ କଥା ହେଲା ୨୦୧୮ ମାର୍ଚ୍ଚରୁ ଫିନ୍‌ଲେ କର୍ପୋରେସନ ଲିମିଟେଡ୍‌ର ଅସ୍ତିତ୍ୱ ନାହିଁ । ସେହିପରି ଫେବ୍ରୁଆରୀ ୨୦୧୩ରୁ ମସିନା କର୍ପୋରେସନ ଲିମିଟେଡ୍‌ ନିଶ୍ଚିହ୍ନ ହୋଇଯାଇଛି । ତେଣୁ ଅସ୍ତିତ୍ୱ ନଥିବା ଦୁଇ କଂପାନୀ ମାଲିକାନାରେ ଥିବା ଗେଷ୍ଟ ହାଉସକୁ କିପରି ଓଟିଭି କିଣିଲା ବୋଲି ପ୍ରଶ୍ନ ଉଠିଛି ।

ଆଜିର ତଥ୍ୟ ପଦାକୁ ଆସିବା ପରେ ବିଧାୟକ ପ୍ରଣବ ପ୍ରକାଶ ଦାସ ଟ୍ଵିଟ୍‌ କରିଛନ୍ତି, ହତବାକ୍‌ କଲା ଭଳି ଘଟଣାର ପର୍ଦ୍ଦାଫାସ। ବୈଜୟନ୍ତ ପଣ୍ଡାଙ୍କ ଓଟିଭି ଏସ୍‌ଏସ୍‌ଏଲ୍‌ଠାରୁ ୧୦ କୋଟି ଟଙ୍କାରେ ଗେଷ୍ଟ ହାଉସ କିଣିଛି। ବାହାମାସର ଦୁଇଟି ଭୂତ କଂପାନୀ ମାଲିକାନାରେ ରହିଛି ଏସ୍‌ଏସ୍‌ଏଲ୍‌ । ସେହି ଭୂତ କଂପାନୀ ଓଟିଭିରେ ମଧ୍ୟ ନିବେଶ କରିଛନ୍ତି।

ସାଂସଦ ଅମର ପଟ୍ଟନାୟକ ଲେଖିଛନ୍ତି, ଏହି ପର୍ଦ୍ଦାଫାସ ସ୍ତବ୍ଧ କରିଛି। ଏହା କ୍ଲାସିକ ମନି ଲଣ୍ଡରିଂ କେସ୍‌। ବ୍ଲାକମେଲ ଏବଂ ଅବୈଧ କାରବାର ଜରିଆରେ ବ୍ଲାକମନି ଆସିଛି। ଯଦି ଓ ସେ ଜଣେ ରାଜନୈତିକ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଅଛନ୍ତି, ଇଡି ଓ ସିବିଆଇ ତଦନ୍ତ କରି ତାଙ୍କୁ ଏବଂ ତାଙ୍କ ସହଯୋଗୀଙ୍କୁ ଧରିବାରେ ଏହାଠାରୁ ଭଲ କେସ୍‌ ମିଳିବ ନାହିଁ। ଆଇନ ନିରପେକ୍ଷ ହେବା କଥା।   ସାଂସଦ ସସ୍ମିତ ପାତ୍ର ଲେଖିଛନ୍ତି, ଏ ଘଟଣାରେ ବୈଜୟନ୍ତ ପଣ୍ଡା ଆଗକୁ ଆସି ଏ ବିଷୟରେ ସ୍ପଷ୍ଟ କରିବା କଥା ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

36 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

50 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago