ରାଜ୍ୟ

ବନ୍ଧା ହେଲା କୋକେନ୍ ସହ ପାରାଦୀପରେ ଅଟକ ଥିବା ଏମଭି ଦେବୀ ଜାହାଜ

ଜାହାଜ ଗିରଫ । କୋକେନ୍ ସହ ପାରାଦୀପରେ ଅଟକ ଥିବା ଏମଭି ଦେବୀ ଜାହାଜ ବନ୍ଧା ହେଲା। ଜାହାଜକୁ ବାନ୍ଧିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଓଡିଶା ହାଇକୋର୍ଟ। ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି କାହିଁକି ଓ କେମିତି ଗିରଫ ହେଲା ଏତେ ବଡ଼ ଜାହାଜ ? ଆରେଷ୍ଟ ଅଫ ୱାରେଣ୍ଟ ଏକ ସ୍ବତନ୍ତ୍ର ବ୍ୟବସ୍ଥା। ଭାରତର ୮ଟି ହାଇକୋର୍ଟରେ ଏହି ବ୍ୟବସ୍ଥା ରହିଛି। ଏହାକୁ admirality jurisdiction କୁହାଯାଏ। PICPLର ବର୍ଥରେ ଏମଭି ଦେବୀ ଜାହାଜ ରହିଛି । ବର୍ଥ ଚାର୍ଜ ଦେଇନଥିଲା। ପାରାଦୀପ ବନ୍ଦରରେ ବର୍ଥ ଭଡା ଓ ଅନ୍ୟାନ୍ୟ ଦେୟ ଆଦାୟ ପ୍ରସଙ୍ଗକୁ ନେଇ ପାରାଦୀପ ଇଣ୍ଟରନ୍ୟାସନାଲ କାରଗୋ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା।

୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କା ଆଦାୟ ପାଇଁ ହୋଇଥିଲା ମାମଲା । ଶୁଣାଣି କରି ଆରେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଜାହାଜ କର୍ତ୍ତୃପକ୍ଷ ବର୍ଥ ଚାର୍ଜ, ଆଇନଗତ ଖର୍ଚ୍ଚ, ସୁଧ ଟଙ୍କା ହାଇକୋର୍ଟରେ ଜମା କରିବା ପରେ ଜାହାଜକୁ କୋର୍ଟ ରିଲିଜ୍ କରିବେ। ଗତବର୍ଷ ନଭେମ୍ବର ୩୦ତାରିଖରେ ପାରାଦୀପ ବନ୍ଦରରେ ଏମଭି ଦେବୀ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ୍ ଜବତ ହୋଇଥିଲା। ସାମୁଦ୍ରିକ ବିବାଦ ସମ୍ପର୍କିତ ମୂଳ ମାମଲାର ଶୁଣାଣି ଆସନ୍ତା ମାର୍ଚ୍ଚ ୭ ତାରିଖରେ ହେବ।

Niharanjan

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

14 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

18 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

24 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି, ଡାକ୍ତର କଲେ ମୃତ ଘୋଷଣା

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

27 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago