ରାଜ୍ୟ

ମୃତ୍ୟୁ ପରେ ବି ଅନ୍ୟମାନଙ୍କୁ ଦେଲେ ଜୀବନର ଉପହାର, ଅଙ୍ଗ ଦାନ କରି ବଞ୍ଚାଇଲେ ଅମୂଲ୍ୟ ଜୀବନ

ନିଜେ ଏ ଦୁନିଆ ଛାଡ଼ି ଚାଲିଗଲେ ସତ । କିନ୍ତୁ ଅନ୍ୟମାନଙ୍କୁ ଦେଇ ଯାଇଛନ୍ତି ଜୀବନର ଉପହାର । ଅଙ୍ଗଦାନ ଭଳି ମହତ କାର୍ଯ୍ୟ କରିଛନ୍ତି ଏ କୁନି ଝିଅର ବାପା ମା’ । ଝିଅ ସିନା ଏ ଦୁନିଆରୁ ବିଦାୟ ନେଇ ଆର ପାରିକୁ ଚାଲିଗଲା କିନ୍ତୁ ଝିଅର ଅଙ୍ଗ ଦାନ କରି ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରିଛନ୍ତି ବାପା ମା’ । ଯାହା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଝିଅ ପାଇଁ କେତେ କଣ ସ୍ୱପ୍ନ ଦେଖିଥିଲେ ବାପା ମା’ । କିନ୍ତୁ ଅବେଳରେ ତାଙ୍କ ଝିଅ ଦୁନିଆ ଛାଡ଼ି ଚାଲିଯିବ ସେକଥା ସ୍ୱପ୍ନରେ ବି ଭାବି ନଥିଲେ ସେମାନେ ।

ସୂଚନା ଅନୁଯାୟୀ କେନ୍ଦୁଝର ମୂଳ ବାସିନ୍ଦା ଦୁଖବନ୍ଧୁ ମହନ୍ତ ଓ ପତ୍ନୀ ବିନିତାଙ୍କ ସାନ ଝିଅ ଦମୟନ୍ତୀ ୧୪ ବର୍ଷ ବୟସରେ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ । ତେଣୁ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କିଡନୀ ରୋଗ କ୍ରମଶଃ ଶରୀରର ବିଭିନ୍ନ ଅଙ୍ଗକୁ ଆକ୍ରାନ୍ତ କଲା ଏବଂ ଧିରେ ଧିରେ ମସ୍ତିଷ୍କକୁ ମଧ୍ୟ ପ୍ରଭାବିତ କରିଥିଲା । ମସ୍ତିଷ୍କ ଏତେ ପ୍ରଭାବିତ ହୋଇଥିଲା ଯେ ଡାକ୍ତରମାନେ କଠିନ ପରିଶ୍ରମ ପରେ ବି ତାଙ୍କୁ ଠିକ୍‌ କରି ପାରି ନଥିଲେ । ଶେଷରେ ଗତ ଫେବୃଆରୀ ୨୦ ତାରିଖରେ ଡାକ୍ତର ତାଙ୍କର ବ୍ରେନ୍‌ ଡେଡ୍‌ ହୋଇଥିବା ଘୋଷଣା କରିଥିଲେ ।

ଦମୟନ୍ତୀଙ୍କ ଏପରି ଅବସ୍ଥା ବିଷୟରେ ଜାଣିବା ପରେ ଭୁବନେଶ୍ୱର ଏମ୍ସର ଓଡ଼ିଶା-ମୋ ପରିବାର ହେଲ୍ପ ଡେସ୍କ ସହଯୋଗୀ ସୋମନାଥ ସ୍ୱାଇଁ ଦମୟନ୍ତୀଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲେ । ଏବଂ ଅଙ୍ଗଦାନ ଭଳି ମହତ୍ କାର୍ଯ୍ୟ ବିଷୟରେ ବୁଝାଇଥିଲେ । ଦମୟନ୍ତୀଙ୍କ ମୃତ୍ୟୁପରେ ଭୁବନେଶ୍ୱରର ଏମସ୍ ରେ ଡାକ୍ତରଙ୍କ ଏକ ଦଳ ଦମୟନ୍ତୀଙ୍କ ଅନ୍ୟ ଅଙ୍ଗଗୁଡ଼ିକୁ ସୂକ୍ଷ୍ମ ପ୍ରଣାଳୀରେ ବାହାର କରିଥିଲେ । ଏବଂ ଭିନ୍ନ ଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ଗ୍ରୀନ୍ କରିଡରର ବ୍ୟବସ୍ଥା କରାଯାଇଥିଲା ।
“ଦମୟନ୍ତୀ ଆଉ ଆମ ସହିତ ନାହିଁ, କିନ୍ତୁ ସେ ଅନ୍ୟମାନଙ୍କୁ ଦେଇଥିବା ଜୀବନର ଉପହାର ମାଧ୍ୟମରେ ତା ଆତ୍ମା ବଞ୍ଚିଛି । ତେଣୁ “ଅଙ୍ଗ ଦାନ କରିବା ଏବଂ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ବୋଲି ଅଶ୍ରୁଳ ଆଖିରେ ଦମୟନ୍ତୀଙ୍କ ବାପା ମା’ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ବାଇଟ୍‌

ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟଦାର ସହିତ ଅନ୍ତିମ ସଂସ୍କାର କରାଯିବ ବୋଲି କିଛିଦିନ ପୂର୍ବେ ଘୋଷଣା ହୋଇଥିଲା । ଯେହେତୁ ଦମୟନ୍ତୀଙ୍କ ମାତା ପିତାଙ୍କ ଇଚ୍ଛାଥିଲା ତାଙ୍କ ଝିଅର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ସଂପନ୍ନ ହେଉ ତେଣୁ ଏହି ଇଚ୍ଛାକୁ ସମ୍ମାନ ଜଣାଇ ଦମୟନ୍ତୀଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହିତ ପୁରୀ ସ୍ୱର୍ଗଦ୍ୱାରଠାରେ ସମ୍ପନ୍ନ କରାଯାଇଛି । ଦମୟନ୍ତୀଙ୍କ ବାପା ମା’ଙ୍କ ସହ ଅନ୍ୟାନ୍ୟ ଜ୍ଞାତି ପରିଜନ ମଧ୍ୟ ଉପସ୍ଥିତ ଥିଲେ। ସତ୍କାର ସମୟରେ ଅନ୍ୟାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ ସହ ଦମୟନ୍ତୀଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ ।

Subhalaxmi Das

Recent Posts

G-7 ସମ୍ମିଳନୀରେ ମୋଦି କ୍ରେଜ୍; ଦ୍ବି ପାକ୍ଷିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ କଲେ ଆଲୋଚନା

ନୂଆଦିଲ୍ଲୀ : G-7 ସମ୍ମିଳନୀରେ ମୋଦି କ୍ରେଜ୍ । ଜି-୭ର ସମସ୍ତ ରାଷ୍ଟ୍ରମୁଖ୍ୟଙ୍କୁ ସମ୍ମିଳନୀ ଅବସରରେ ଦ୍ବିପାକ୍ଷିକ ଭେଟି ଆଲୋଚନା…

8 mins ago

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ, ସାଙ୍ଗଙ୍କ ସହ ଭେଟ ହୋଇପରେ

ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…

8 hours ago

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

9 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

10 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

12 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

12 hours ago