ଅନୁଗୁଳ: ନିମ୍ବ ଗଛରେ ନିଆଁ । ଆପେ ଆପେ ବାହାରୁଛ ନିଆଁ । ନିଅାଁ ଲିଭାଇଲେ ବି ନିଆଁ ଲାଗିଯାଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ବଣିଆବାହାଳରେ । ବିନା କାରଣରେ ନିଆଁ ଲାଗୁଥିବା ନେଇ ଲୋକେ ଆଚମ୍ବିତ ।
ନିଆଁ ବାହାରୁଥିବା ନେଇ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଗତକାଲି ଅଗ୍ନିଶମ ବାହିନୀ ନିଆଁ ଲିଭାଇଥିଲେ । ହେଲେ ଆଜି ପୁଣି ନିଆଁ ଲାଗି ଯାଇଥିଲା । ପ୍ରାୟ ୫୦ ବର୍ଷ ଏଠାରେ ଗଛଟି ରହିଛି । ଗଛ କୋରଡରେ କୌଣସି କାରଣ ପାଇଁ ନିଆଁ ଲାଗି ଯାଉଛି ।
ଏହାର କାରଣ ଜଣାପଡିନାହିଁ । ବିଜୁଳି ମାରିବା ଯୋଗୁଁ ନିଆଁ ଲାଗିଥିବା ନେଇ ଆଶଙ୍କା କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଅନୁଗୋଳ ସହରର ବଣିଆବାହାଳ ୯ ନମ୍ବର ୱାର୍ଡର ରାସ୍ତା କଡରେ ରହିଛି ଏହି ଲିମ୍ବ ଗଛ ।
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…