ରାଜ୍ୟ

ନବରଙ୍ଗପୁର ମୁଖ୍ଯଚିକିତ୍ସାଳୟରେ ହାଇଡ୍ରାମା: ଦୁର୍ବ୍ଯବହାର ଅଭିଯୋଗ ଆଣି ଡାକ୍ତର ବସିଲେ ଧାରଣାରେ, ହାତ ଯୋଡି କ୍ଷମା ମାଗିଲେ CDMO

ନବରଙ୍ଗପୁର(କେନ୍ୟୁଜ୍):  KBK ଜିଲ୍ଲାରେ କାର୍ଯ୍ୟ କରିବା ପାଇଁ ଅରାଜି ହେଲେ ଡାକ୍ତର।  କହିଲେ ଆଜି ହିଁ ମୁଁ ଇସ୍ତଫା ପତ୍ର ଦେବି। ରାଜ୍ଯସରକାର KBK ଜିଲ୍ଲାର ଡାକ୍ତର ମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଘୋଷଣା କରିଥିବା  ସତ୍ତ୍ବେ ଆଜି ଜଣେ ଡାକ୍ତର କହୁଛନ୍ତି ଯଦି ଏଭଳି ଆକ୍ରୋଶ ମୂଳକ ଭାବେ ର୍ନିଯ୍ଯାତନା ଦିଆଗଲେ ଆଗକୁ ଆଉ ନବରଙ୍ଗପୁର ଜିଲ୍ଲରେ କେହି ଡାକ୍ତର ରହିବେ ନାହିଁ।  ଆଜି ଜଣେ ଡାକ୍ତର ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ବାରମ୍ବାର ଦୁର୍ବ୍ଯବହାର କରୁଥିବା ଅଭିଯୋଗ ନେଇ ଧାରଣାରେ ବସିଥିଲେ।

ଡାକ୍ତର ସଚିକାନ୍ତ ଲେଙ୍କା ୨୦୧୬ରୁ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ଯରେ ଯୋଗ ଦେଇଛନ୍ତି।  ଗତ କିଛିଦିନ ତଳେ ନିଜର ମେଡିକାଲ ଅଧିକାରୀଙ୍କ ସହ କୌଣସି ଏକ କଥାକୁ ନେଇ ବିବାଦ ଉପୁଜିଥିଲା । ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବସ୍ଥ୍ୟ କେନ୍ଦ୍ରର ଡକ୍ଟର  ସଚିକାନ୍ତ ଲେଙ୍କା ନିଜ କିଛି ଅଭିଯୋଗ ଆଣି ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ଡକ୍ଟର ଶୋଭାରଣୀ ମିଶ୍ରଙ୍କୁ ନବରଙ୍ଗପୁର ସ୍ଥିତ ତାଙ୍କ କାର୍ଯ୍ଯାଳୟରେ ସାକ୍ଷାତ କରିଥିଲେ । ଗତ ୫ ବର୍ଷ ଧରି ତେନ୍ତୁଳିଖୁଣ୍ଟି ଗୋଷ୍ଠୀ  ସ୍ବସ୍ଥ୍ୟ‌ କେନ୍ଦ୍ରରେ ଚାକିରୀ କରିବା ଦିନ ଠାରୁ ତାଙ୍କୁ କୌଣସି କ୍ୱାଟର ଯୋଗାଇ ଦିଆଯାଉନଥିବା, ତାଙ୍କୁ ବର୍ତ୍ତମାନ ସୁଦ୍ଧା KBK ଇନସେଣ୍ଟିଭ ପ୍ରଦାନ କରାଯାଉନଥିବା, ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଚିକିତ୍ସାଧିକାରୀ କୌଣସି ସହଯୋଗ କରୁନଥିବା ସହ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦୁର୍ନୀତିର ଗନ୍ତାଘର ପାଲଟିଯାଇଥିବା ନେଇ ଡକ୍ଟର ସଚିକାନ୍ତ ଲେଙ୍କା ସିଡିଏମଓଙ୍କୁ  ଅଭିଯୋଗ କରିବାକୁ ଆସିଥିଲେ । ଅଭିଯୋଗ ଶୁଣି ତାହାର ସମାଧାନ କରିବା ବଦଳରେ ଓଲଟା ତାଙ୍କୁ  ଅନେକ  ଦୁର୍ବ୍ଯବହାର କରିଥିବା ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ CDMO କାଳେ ତାଙ୍କୁ  ଏଠି କାହିଁକି କୁକୁରଭଳି ଭୋକୁଥିବା କହିଥିବା ଡକ୍ଟର ସଚ୍ଚିକାନ୍ତ ଲେଙ୍କା ଅଭିଯୋଗ କରିଛନ୍ତି ।

ଏହାସହ ଆଜି ପୁନର୍ବାର ନିଜ ଅଭିଯୋଗ ନେଇ ଆସିଥିବା ବେଳେ ପୁଣି ଦୁର୍ବ୍ଯବହାରର ଶିକାର ହୋଇଥିବାରୁ ମୁଖ୍ଯ ଚିକିତ୍ସାଧିକାରୀଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଅର୍ନିଦ୍ଧିଷ୍ଟ କାଳ ପର୍ଯ୍ଯନ୍ତ ଧାରଣାରେ ବସିଥିଲେ ଏବଂ ସିଡିଏମଓଙ୍କ ଠାରୁ ଜବାବ ଚାହୁଁଥିଲେ ।  ଡାକ୍ତର କାନ୍ଦି କାନ୍ଦି କହିଲେ CDMO ମ୍ୟାଡାମ୍  ଏଠାରେ ହିଟଲର ଶାସନ କରୁଛନ୍ତି ଏବଂ କାଉ ରଙ୍ଗ କଳା ବଦଳରେ ଧଳା କହିବାରେ ପଛାଉ ନାହାଁନ୍ତି । ଡାକ୍ତର ଜଣକ ଧାରଣାରେ ବସିଥିବା ଖବର ପାଇ ଜିଲ୍ଲା ବିଜେପି ଓ ମହିଳା ମୋର୍ଚ୍ଚା ସେଠାରେ ପହଞ୍ଚି ଡାକ୍ତରଙ୍କ ସପକ୍ଷରେ ନ୍ଯାୟ ପାଇଁ ଧାରଣାରେ ସାମିଲ ହୋଇଥିଲେ । ଏହାପରେ ଏହି ହାଇଡ୍ରାମକୁ କାବୁ କରିବା ପାଇଁ ଧାରଣା ସ୍ଥଳରେ ପୋଲିସ ପହଞ୍ଚିଥିଲା । ଏହାକୁ ସମାଧାନ କରିବା ପାଇଁ ନାକେଦମ ହେବାକୁ ପଡିଥିଲା ଜିଲ୍ଲା ପ୍ରଶାସନକୁ। ଶେଷରେ ଧାରଣା ସ୍ଥଳକୁ ପହଞ୍ଚିଥିଲେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ।   ଏହାପରେ ମଧ୍ୟ ସମାଧାନର ବାଟ ବହାରିନଥିଲା । ଶେଷରେ ଏ ଘଟଣାକୁ ଶେଷ କରିବାକୁ ନିଜର ଭୁଲକୁ ସ୍ବୀକାର କରି ଡାକ୍ତରଙ୍କୁ କ୍ଷମା ମାଗି ମୁଣ୍ଡିଆ ମାରିଲେ CDMO ।

ଅପରପକ୍ଷରେ କିନ୍ତୁ ପ୍ରଥମେ ଦୁର୍ବ୍ଯବହାର ଅଭିଯୋଗକୁ ଖଣ୍ଡନ  କରିବା ଏବଂ ଡକ୍ଟର ତାଙ୍କୁ ଦୁର୍ବ୍ଯବହାର କରିଥିବା ଅଭିଯୋଗ କରିଛନ୍ତି ସିଡିଏମଓ । ଯାହାର ପ୍ରମାଣ କାର୍ଯ୍ଯାଳୟ ରେ ଲାଗିଥିବା ସିସିଟିଭି କ୍ଯାମେରାରେ ରେକର୍ଡ ଥିବା ପ୍ରକାଶ କରିଛନ୍ତି ସିଡିଏମଓ ।

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

3 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

34 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

37 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

40 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

46 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago