Categories: ରାଜ୍ୟ

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ବର(କେନ୍ୟୁଜ୍) : ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ । ପ୍ରଥମ ଥର ରାଜଭବନ ବାହାରେ ଆୟୋଜିତ ହୋଇଥିଲା ଶପଥ ସମାରୋହ ।  ଶପଥ ଗ୍ରହଣ ପରେ ମନ୍ତ୍ରୀଙ୍କ ଭିତରେ ବିଭାଗ ବଣ୍ଟନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପାଖରେ ରଖିଛନ୍ତି ଗୃହ, ସାଧାରଣ ପ୍ରଶାସନ, ଅଭିଯୋଗ ଓ ଅନ୍ୟାନ୍ୟ ବିଭାଗ।

ଏବେ ନଜର ପକାନ୍ତୁ କାହାକୁ ମିଳିଲା କେଉଁ ବିଭାଗ ।

କ୍ୟାବିନେଟ୍ ମନ୍ତ୍ରୀ

ବିକ୍ରମ ଆରୁଖ : ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ

ନିରଞ୍ଜନ ପୂଜାରୀ : ଅର୍ଥ ମନ୍ତ୍ରୀ  ଏବଂ ଅବକାରୀ ମନ୍ତ୍ରାଳୟ

ପ୍ରତାପ ଜେନା : ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ବିଭାଗ

ପ୍ରଫୁଲ୍ଲ ମଲ୍ଲିକ : ଖଣି, ଇସ୍ପାତ ଓ ପୂର୍ତ୍ତ , ଗୃହ ବିଭାଗର ସ୍ୱାଧୀନ ଦାୟିତ୍ୱ

ଅରୁଣ ସାହୁ : କୃଷି, ପଶୁ ଓ ମତ୍ସ୍ୟ ସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ପଦ

ରଣେନ୍ଦ୍ର ପ୍ରତାପ ସ୍ୱାଇଁ : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ

ସୁଶାନ୍ତ ସିଂ : ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ଇଏସଆଇ

ସୁଦାମ ମାରାଣ୍ଡି : ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରାଳୟ

ନବ ଦାସ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଟୁକୁନି ସାହୁ : ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରାଳୟ

ପଦ୍ମନାଭ ବେହେରା : ବାଣିଜ୍ୟ ଓ ପରିବହନ, ଯୋଜନା ଓ ସଂଯୋଜନା

ରାଷ୍ଟ୍ରମନ୍ତ୍ରୀ

ଅଶୋକ ପଣ୍ଡାଙ୍କୁ : ବିଜ୍ଞାନ, ପ୍ରଯୁକ୍ତି ଓ ସାଧାରଣ ଉଦ୍ୟୋଗ ବିଭାଗ

ସମୀର ଦାଶ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଜ୍ୟୋତିପ୍ରକାଶ ପାଣିଗ୍ରାହୀ : ସଂସ୍କୃତି ଓ ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ।

ଦିବ୍ୟଶଙ୍କର ମିଶ୍ର : ଶକ୍ତି ଓ ଶିଳ୍ପ ବିଭାଗର ସ୍ୱାଧୀନ ଦାୟିତ୍ୱ

ପ୍ରେମାନନ୍ଦ ନାୟକ : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,

ରଘୁନନ୍ଦନ ଦାସ : ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ

ପଦ୍ମିନୀ ଦିଆନ : ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ

ତୁଷାରକାନ୍ତି ବେହେରା : କ୍ରୀଡ଼ା ଓ ଯୁବ ସେବା ଏବଂ ଆଇଟି

ଜଗନ୍ନାଥ ସାରକା :  ଅନୁସୂଚିତ ଜାତି-ଜନଜାତି,ସଂଖ୍ୟାଲଘୁ ଓ ପଛୁଆବର୍ଗ ଉନ୍ନୟନ ବିଭାଗ

ଆଜି ପୂର୍ବାହ୍ଣରେ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ୨୦ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଥିଲା। ରାଜ୍ୟପାଳ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

2 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

5 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

5 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

5 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

7 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

8 hours ago