Categories: ରାଜ୍ୟ

ଗଜପତି ଜିଲ୍ଲାର ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ମିଳିବ ଦୁଇ ମାସର ଆଗୁଆ ପିଡିଏସ ଚାଉଳ : ମୁଖ୍ୟମନ୍ତ୍ରୀ

ଗଜପତି(କେନ୍ଯୁଜ୍) : ଗଜପତି ଜିଲ୍ଲାରେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଦୁଇ ମାସର ଆଗୁଆ ପିଡିଏସ ଚାଉଳ ମିଳିବ । ପ୍ରତି ରାସନକାର୍ଡଧାରୀଙ୍କୁ ଏକ ହଜାର ଟଙ୍କା ଓ ୫୦ କେଜି ଚାଉଳ ଦିଆଯିବ । ସେହିପରି ପରିବାର ପିଛା ଅଢ଼େଇ ଲିଟର କିରୋସିନ ମିଳିବ । ଆଜିଠୁ ପଞ୍ଚାୟତ ଓ ମ୍ୟୁନିସିପାଲିଟି ଅଫିସରେ ଟଙ୍କିକିଆ ଚାଉଳ ଓ ଟଙ୍କା ବଣ୍ଟନ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଖୁବ ଶୀଘ୍ର ଆଉ ୨ ହଜାର ଟଙ୍କା ସବୁ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗଜପତି ଜିଲ୍ଲା ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ପରିସ୍ଥିତି ବାବଦରେ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ସଚିବାଳୟରେ ମୁଖ୍ୟ ଶାସନ ସଚିବ, ଏସଆରସି ଓ ବିଭିନ୍ନ ବିଭାଗର ସଚିବଙ୍କ ସହ ତିତଲି ପରବର୍ତ୍ତୀ ପୁନଃନିର୍ମାଣ କାର୍ଯ୍ଯ ସଂପର୍କରେ ସମୀକ୍ଷା କରିଛନ୍ତି ।

ତିତଲିରେ ରାଜ୍ୟର ୧୬ଟି ଜିଲ୍ଲାର ୧୧୪ଟି ବ୍ଲକର ୫୭ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଧାନ ଓ ଅଣଧାନ ଚାଷରେ ବ୍ୟାପକ କ୍ଷତି ଘଟିଛି । ୧,୪୮,୦୦୦ ହେକ୍ଟର ଜମିରେ ଧାନ ଫସଲ ଓ ୬୫ହଜାର ହେକ୍ଟର ଅଣଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି । ଗଜପତି ଜିଲ୍ଲାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ଧାନ ଚାଷ । ଖୁବଶୀଘ୍ର କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଯିବ ଶସ୍ୟବୀମା ରାଶି । ଗଜପତିରେ ପୁନରୁଦ୍ଧାର କାର୍ଯ୍ଯ ୨୦ ସୁଦ୍ଧା ଶେଷ ହେବ । ଉତ୍ତରାଞ୍ଚଳ ଆରଡିସି ଡିଭି ସ୍ୱାମୀଙ୍କୁ ଗଜପତିର ପୁନରୁଦ୍ଧାର ଦାୟିତ୍ୱ ଦିଆଯାଇଛି । କ୍ଷତିଗ୍ରସ୍ତ ଅଞ୍ଚଳରେ ପରିସ୍ଥିତି ଶୀଘ୍ର ସ୍ୱାଭାବିକ ସ୍ୱାଭାବିକ ହେଉଛି । ଆଜି ସୁଦ୍ଧା ସବୁ ପ୍ରଭାବିତଙ୍କୁ ପଲିଥିନ ଯୋଗାଇ ଦିଆଯିବ । ପୂର୍ତ୍ତ ବିଭାଗ ରାସ୍ତାରେ ଯୋଗାଯୋଗ ପୁନଃସ୍ଥାପିତ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ରାସ୍ତା ମରାମତି ପାଇଁ ଦୁଇ ତିନି ଦିନ ସମୟ ଲାଗିବ । ହସ୍ପିଟାଲ ଓ ମୋବାଇଲ ହେଲଥ୍‌ ୟୁନିଟ ଗୁଡ଼ିକ ଦ୍ୱାରା ମାଗଣାରେ ଚିକିତ୍ସା ଓ ଔଷଧ ବଣ୍ଟନ କରାଯାଉଛି ।

ସେହିପରି ଦୁର୍ବିପାକ ଜନିତ ମୃତକଙ୍କ ପରିବାରକୁ ୩ ଦିନ ଭିତରେ ଅନୁକଂପା ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ । ଏନେଇ ଏସ୍‌ଆର୍‌ସି ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳଙ୍କୁ ଚିଠିରେ ଉଲ୍ଲେଖ ରହିଛି । ବାତ୍ୟା ଓ ବନ୍ୟା ପ୍ରଭାବିତ ୩ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ାରେ ବ୍ୟାଙ୍କ ପୂଜାଛୁଟି ବାତିଲ୍‌ କରାଯାଇଛି । ୧୭ ଓ ୧୯ରେ ବ୍ୟାଙ୍କ ଛୁଟି ଥିବା ବେଳେ ଏହି ୩ ଜିଲ୍ଲାରେ ବ୍ୟାଙ୍କ ଛୁଟି ବାତିଲ୍‌ ହୋଇଛି । ଏନେଇ ବିଜ୍ଞପ୍ତ ଜାରି କରିଛି ରାଜସ୍ୱ ଓ ବିପର‌୍ୟ୍ୟୟ ପ୍ରଶମନ ବିଭାଗ ।

KNews Bureau

Recent Posts

ଦୀର୍ଘ ସମୟ ହେଲା ନାଳରେ ଫସି ରହିଛନ୍ତି ୩ ହାତୀ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନରସିଂହପୁର: ବିପଦରେ ଗଜରାଜ । ତାଙ୍କୁ ଦେଖିବା ପାଇଁ ଲୋକଙ୍କର ନାହିଁ ନଥିବା ଭିଡ଼ । କିଏ ହୋ ହୋ…

14 mins ago

ଜମି ଜମା ବିବାଦକୁ ନେଇ ଖଣ୍ଡାରେ ହାଣିଲା ବଡ଼ ଭାଇ, ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ

ମୟୁରଭଞ୍ଜ : ଜମି ଜମା ବିବାଦକୁ ନେଇ କରୁଣ ପରିଣିତି । ସାନ ଭାଇକୁ ଖଣ୍ଡାରେ ହାଣିଲା ବଡ଼ ଭାଇ…

34 mins ago

ପାଟନା: ୧୭ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଗଙ୍ଗା ନଦୀରେ ଓଲଟିଲା, ୬ ନିଖୋଜ; ଚାଲିଛି ରେସ୍‌କ୍ୟୁ ଅପରେସନ

ବିହାରରେ ବଡ଼ ଧରଣର ନୌକା ଦୁର୍ଘଟଣା । ପାଟନାର ବାଢ଼ରେ ଉମାନାଥ ଘାଟରେ ଏକ ଯାତ୍ରୀବାହୀ ଡଙ୍ଗା ଗଙ୍ଗା ନଦୀରେ…

37 mins ago

ହାତୀ ଆକ୍ରମଣରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର : ହାତୀ ଆକ୍ରମଣରେ ମହିଳା ଗୁରୁତର । ଗୁରୁତର ମହିଳା ହେଲେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗ୍ରାମର…

50 mins ago

୩୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ବୌଦ୍ଧ ହରଭଙ୍ଗା : ବୌଦ୍ଧ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ୍ ୟୁନିଟ୍ ପକ୍ଷରୁ ମହାନଦୀ ୫୭ ନମ୍ବର ଜାତୀୟ ରାଜପଥର…

1 hour ago

ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ , ବୃଦ୍ଧା ପୋଡ଼ି ଗୁରୁତର

ବୌଦ୍ଧ/ହରଭଂଗା : ବିଳମ୍ବିତ ରାତ୍ରରେ ବୌଦ୍ଧ ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଗୋଟିଏ…

1 hour ago