ଗଜପତି ଜିଲ୍ଲାର ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ମିଳିବ ଦୁଇ ମାସର ଆଗୁଆ ପିଡିଏସ ଚାଉଳ : ମୁଖ୍ୟମନ୍ତ୍ରୀ

ଗଜପତି(କେନ୍ଯୁଜ୍) : ଗଜପତି ଜିଲ୍ଲାରେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଦୁଇ ମାସର ଆଗୁଆ ପିଡିଏସ ଚାଉଳ ମିଳିବ । ପ୍ରତି ରାସନକାର୍ଡଧାରୀଙ୍କୁ ଏକ ହଜାର ଟଙ୍କା ଓ ୫୦ କେଜି ଚାଉଳ ଦିଆଯିବ । ସେହିପରି ପରିବାର ପିଛା ଅଢ଼େଇ ଲିଟର କିରୋସିନ ମିଳିବ । ଆଜିଠୁ ପଞ୍ଚାୟତ ଓ ମ୍ୟୁନିସିପାଲିଟି ଅଫିସରେ ଟଙ୍କିକିଆ ଚାଉଳ ଓ ଟଙ୍କା ବଣ୍ଟନ କରାଯିବ ।

aditya-padhi-picମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଖୁବ ଶୀଘ୍ର ଆଉ ୨ ହଜାର ଟଙ୍କା ସବୁ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗଜପତି ଜିଲ୍ଲା ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ପରିସ୍ଥିତି ବାବଦରେ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ସଚିବାଳୟରେ ମୁଖ୍ୟ ଶାସନ ସଚିବ, ଏସଆରସି ଓ ବିଭିନ୍ନ ବିଭାଗର ସଚିବଙ୍କ ସହ ତିତଲି ପରବର୍ତ୍ତୀ ପୁନଃନିର୍ମାଣ କାର୍ଯ୍ଯ ସଂପର୍କରେ ସମୀକ୍ଷା କରିଛନ୍ତି ।

flood situation

ତିତଲିରେ ରାଜ୍ୟର ୧୬ଟି ଜିଲ୍ଲାର ୧୧୪ଟି ବ୍ଲକର ୫୭ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଧାନ ଓ ଅଣଧାନ ଚାଷରେ ବ୍ୟାପକ କ୍ଷତି ଘଟିଛି । ୧,୪୮,୦୦୦ ହେକ୍ଟର ଜମିରେ ଧାନ ଫସଲ ଓ ୬୫ହଜାର ହେକ୍ଟର ଅଣଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି । ଗଜପତି ଜିଲ୍ଲାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ଧାନ ଚାଷ । ଖୁବଶୀଘ୍ର କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଯିବ ଶସ୍ୟବୀମା ରାଶି । ଗଜପତିରେ ପୁନରୁଦ୍ଧାର କାର୍ଯ୍ଯ ୨୦ ସୁଦ୍ଧା ଶେଷ ହେବ । ଉତ୍ତରାଞ୍ଚଳ ଆରଡିସି ଡିଭି ସ୍ୱାମୀଙ୍କୁ ଗଜପତିର ପୁନରୁଦ୍ଧାର ଦାୟିତ୍ୱ ଦିଆଯାଇଛି । କ୍ଷତିଗ୍ରସ୍ତ ଅଞ୍ଚଳରେ ପରିସ୍ଥିତି ଶୀଘ୍ର ସ୍ୱାଭାବିକ ସ୍ୱାଭାବିକ ହେଉଛି । ଆଜି ସୁଦ୍ଧା ସବୁ ପ୍ରଭାବିତଙ୍କୁ ପଲିଥିନ ଯୋଗାଇ ଦିଆଯିବ । ପୂର୍ତ୍ତ ବିଭାଗ ରାସ୍ତାରେ ଯୋଗାଯୋଗ ପୁନଃସ୍ଥାପିତ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ରାସ୍ତା ମରାମତି ପାଇଁ ଦୁଇ ତିନି ଦିନ ସମୟ ଲାଗିବ । ହସ୍ପିଟାଲ ଓ ମୋବାଇଲ ହେଲଥ୍‌ ୟୁନିଟ ଗୁଡ଼ିକ ଦ୍ୱାରା ମାଗଣାରେ ଚିକିତ୍ସା ଓ ଔଷଧ ବଣ୍ଟନ କରାଯାଉଛି ।

floodssସେହିପରି ଦୁର୍ବିପାକ ଜନିତ ମୃତକଙ୍କ ପରିବାରକୁ ୩ ଦିନ ଭିତରେ ଅନୁକଂପା ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ । ଏନେଇ ଏସ୍‌ଆର୍‌ସି ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳଙ୍କୁ ଚିଠିରେ ଉଲ୍ଲେଖ ରହିଛି । ବାତ୍ୟା ଓ ବନ୍ୟା ପ୍ରଭାବିତ ୩ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ାରେ ବ୍ୟାଙ୍କ ପୂଜାଛୁଟି ବାତିଲ୍‌ କରାଯାଇଛି । ୧୭ ଓ ୧୯ରେ ବ୍ୟାଙ୍କ ଛୁଟି ଥିବା ବେଳେ ଏହି ୩ ଜିଲ୍ଲାରେ ବ୍ୟାଙ୍କ ଛୁଟି ବାତିଲ୍‌ ହୋଇଛି । ଏନେଇ ବିଜ୍ଞପ୍ତ ଜାରି କରିଛି ରାଜସ୍ୱ ଓ ବିପର‌୍ୟ୍ୟୟ ପ୍ରଶମନ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.