ରାଜ୍ୟ

କାଙ୍କେର ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ: ଏଥର ଜେଲ୍‌ ହାଜତରେ ହିଁ ନକ୍ସଲ ଦେବେ ବୋର୍ଡ ପରୀକ୍ଷା

ଉମରକୋଟ(କେନ୍ୟୁଜ୍): ଜେଲ୍ ଦଣ୍ଡ ଭୋଗୁଥିବା ନକ୍ସଲ ଦେବେ ବୋର୍ଡ ପରୀକ୍ଷା । ଜେଲ୍‌ ହାଜତ ହିଁ ହେବ ତାଙ୍କର ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ର । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଛି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲା ପ୍ରଶାସନ ।

ସୂଚନା ଅନୁଯାୟୀ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ନକ୍ସଲଙ୍କ କାର୍ଯ୍ୟକଳାପ ଲାଗି ରହିଥିବା ସହିତ ବିଭିନ୍ନ ସମୟରେ ପୋଲିସ ଫୋର୍ସ ଚଢାଉ କରି ଗିରଫ କରିଥାଏ । ଏଥିରେ କିଛି ନକ୍ସଲ ବିଭିନ୍ନ ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବାବେଳେ ଏମାନଙ୍କ ପାଇଁ କାଙ୍କେର ପ୍ରଶାସନ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । କାଙ୍କେରର ଜେଲର୍‌ ଏସ.ଏଲ୍‌ ନାୟକ ପ୍ରକାଶ କରିଛନ୍ତି ଯେ, ଜିଲ୍ଲାପାଳ ଡକ୍ଟର ପ୍ରିୟଙ୍କା ଶୁକ୍ଲାଙ୍କ ନିର୍ଦ୍ଦେଶ କ୍ରମେ କଏଦୀମାନଙ୍କୁ ବୋର୍ଡ ଶିକ୍ଷା ଦେବା ପାଇଁ ଏକ ପ୍ରସ୍ତାବ ପଠାଯାଇଥିଲା। ଏନେଇ ଅନୁମତି ମିଳିବା ପରେ କଏଦୀମାନେ ପ୍ରଥମ ଥର ପାଇଁ ହାଜତରେ ବୋର୍ଡ ପରୀକ୍ଷା ଦେବାକୁ ଯାଉଛନ୍ତି।

ପ୍ରଶାସନ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ନକ୍ସଲ ସମ୍ପର୍କିତ ହତ୍ୟା ଏବଂ ଦୁଷ୍କର୍ମ ଅଭିଯୋଗରେ ଜେଲଦଣ୍ଡ ଭୋଗୁଥିବା କଏଦୀମାନଙ୍କ ପରୀକ୍ଷା ଫି ଜିଲ୍ଲା ପ୍ରଶାସନ ଦ୍ୱାରା ଜମା ହେବା ସହିତ ସେମାନଙ୍କୁ ସମନ୍‌ୱୟ କେନ୍ଦ୍ର ଦ୍ୱାରା ମାଗଣା ପୁସ୍ତକ ଦେବାର ବ୍ୟବସ୍ଥା କରାଯାଇଛି । ଷ୍ଟେଟ ଓପନ୍‌ ସ୍କୁଲର ପରୀକ୍ଷା ଫର୍ମ ଭର୍ତ୍ତି କରିଥିବା କଏଦୀମାନଙ୍କ ସହ ଆଲୋଚନା କରିବା ପରେ ଜଣାପଡିଥିଲା ଯେ କେହି କେହି ଦଶମ ଶ୍ରେଣୀ ଫେଲ୍‌ ହୋଇ ୨୦୨୦ ରୁ ଜେଲରେ ଥିବା ବେଳେ କେହି କେହି ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବର୍ଷେ ହେବ ଜେଲ ଦଣ୍ଡ ଭୋଗୁଛନ୍ତି । ସେମାନେ ମଧ୍ୟ ଦ୍ଵାଦଶ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ଚଲାଇଛନ୍ତି । ସେମାନେ ଏବେ ଫର୍ମ ପୂରଣ କରି ସାରିଛନ୍ତି ।

୧୨ ଜଣ କଏଦୀ ଏହି ପରୀକ୍ଷା ଦେବାକୁ ରାଜି ହୋଇ ଫର୍ମ ପୂରଣ କରିଥିବା ସୂଚନା ମିଳିଛି । ସେଥିମଧ୍ୟରୁ ୯ ଜଣ ଦଶମ ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ୩ଜଣ କଏଦୀ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି । ସପ୍ତାହର ପ୍ରତି ସୋମବାର ଦିନ ପରେଡ ପରେ କଏଦୀମାନଙ୍କୁ ପରୀକ୍ଷା ନିମନ୍ତେ ଫର୍ମ ପୂରଣ କରାଯାଉଛି ।  ପରୀକ୍ଷା ଦୁଇଟି ସେମିଷ୍ଟାର ମଧ୍ୟରୁ ପ୍ରଥମ ସେମିଷ୍ଟାର ସେପ୍ଟେମ୍ବର ୨୦୨୩ରେ ଏବଂ ଶେଷ ସେମିଷ୍ଟାର ଅପ୍ରିଲ ୨୦୨୪ ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ସେମାନେ ପଢା ପଢ଼ି ଆରମ୍ଭ କରିସାରିଛନ୍ତି । ଏଥି ନିମନ୍ତେ କାଙ୍କେର ଜେଲକୁ ପରୀକ୍ଷା କେନ୍ଦ୍ର ଭାବେ ପ୍ରସ୍ତୁତ କରାଯିବ ।

Sonalisa

Recent Posts

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

12 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

49 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

2 hours ago