କ୍ରୀଡା

ମାହି ଭାଇ ସବୁବେଳେ ପଡିଆରେ କୁଲ୍‌ ଅନ୍ଦାଜରେ ନଥାନ୍ତି, ଈଶାନ୍ତ ଶର୍ମା ଧୋନିଙ୍କୁ ନେଇ କଲେ ଖୁଲାସା

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜର ଶାନ୍ତ ସ୍ୱଭାବ ପାଇଁ ବେଶ୍‌ ପରିଚିତ । ମଇଦାନରେ ମୁସ୍କିଲ ସମୟରେ ଶାନ୍ତିରେ ନିଷ୍ପତ୍ତି ନେବାରେ ମାହି ମାହିର । ଏଥିପାଇଁ ତାଙ୍କୁ କୁଲ୍‌ କ୍ୟାପଟେନ ବୋଲି କୁହାଯାଏ । କିନ୍ତୁ ନିକଟରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ଈଶାନ୍ତ ଶର୍ମା ଧୋନିଙ୍କୁ ନେଇ ବଡ ଖୁଲାସା କରିଛନ୍ତି । ଧୋନି ମଇଦାନରେ କେତେ ବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସନ୍ତି, ତା’ ବିଷୟରେ ଖୁଲାସା କରିଛନ୍ତି ଈଶାନ୍ତ ଶର୍ମା ।

ଈଶାନ୍ତ କହିଛନ୍ତି, ଧୋନିଙ୍କର ଭିନ୍ନ ଭିନ୍ନ ମୁଡ୍‌ ରହିଥାନ୍ତି । ଧୋନି ପଡିଆରେ ଅଧିକାଂଶ ସମୟ କୁଲ୍‌ ରହିଥାନ୍ତି କିନ୍ତୁ ଅନେକ ସମୟରେ ସାଥି ଖେଳାଳିଙ୍କ ଉପରେ ବିରକ୍ତି ହେଉଥିବାର ନଜର ଆସିଥାନ୍ତି । ଯଦି ଧୋନି କୌଣସି ସ୍ଥାନରେ ଶାନ୍ତ ହୋଇ ବସିଥାନ୍ତି, ତେବେ ଏହାର ଅର୍ଥ ସେ ଅଲଗା ଜୋନରେ ରହିଛନ୍ତି । ତାଙ୍କ ମୁଣ୍ଡରେ କିଛି ଗମ୍ଭୀରତାର ସହିତ ଚାଲୁଛି । ସେହି ସମୟରେ ଯଦି କିଏ ତାଙ୍କୁ କିଛି ପଚାରିଦିଅନ୍ତି, ସେତେବେଳେ ଧୋନି ରାଗି ଯାଆନ୍ତି ।

ଅଧିକାଂଶ ସମୟରେ କୁଲ୍‌ ଅନ୍ଦାଜରେ ରୁହନ୍ତି ମାହି ଭାଇ । ଅନେକ ସମୟରେ ମଇଦାନରେ ମୋ ଉପରେ ବିରକ୍ତି ହୁଅନ୍ତି । ମୋ ଉପରେ ମଧ୍ୟ ଥରେ କିମ୍ବା ଦୁଇଥର ବିରକ୍ତି ହୋଇ କହିଛନ୍ତି । କେବଳ ମୋ ଉପରେ ନୁହେଁ ବିରାଟ କୋହଲିଙ୍କ ଉପରେ ମଧ୍ୟ ବିରକ୍ତି ହୋଇଛନ୍ତି ମାହି ଭାଇ । ମାହି ଭାଇ କେବଳ ଶୋଇବା ସମୟରେ ଏକା ଶୁଅନ୍ତି । ନଚେତ କେହି ନା କେହି ତାଙ୍କ ସହିତ ଚର୍ଚ୍ଚା ପାଇଁ ତାଙ୍କ ରୁମରେ ବସିଥାଏ ।

ଧୋନି ତାଙ୍କ କ୍ୟାରିୟରରେ ୯୦ଟି ଟେଷ୍ଟ, ୩୫୦ଟି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଏବଂ ୯୮ଟି ଟି–୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଧୋନି ୯୦ଟି ଟେଷ୍ଟରେ ୪୮୭୬ ରନ୍‌, ୩୫୦ ଦିନିକିଆରେ ୧୦୭୭୩ ରନ୍‌, ଟି-୨୦ରେ ୧୬୧୭ ରନ୍‌ କରିଛନ୍ତି । ଏମଏସ ଧୋନି ଆଜି ପର୍ଯ୍ୟନ୍ତ ପ୍ରଥମ ଏବଂ ଏକମାତ୍ର ଅଧିନାୟକ ଯିଏକି ସମସ୍ତ ତିନିଟି ICC ଟ୍ରଫି ଜିତିଛନ୍ତି।

ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଟି-୨୦ ବିଶ୍ୱକପ୍‌, ୨୦୧୧ରେ ଦିନିକିଆ ବିଶ୍ୱକପ୍‌ ଓ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଟାଇଟଲ୍‌ ଜିତିଥିଲା। ୨୦୦୪ରେ ଭାରତ ପାଇଁ ସେ ନିଜର ପ୍ରଥମ ମ୍ୟାଚ୍‌ ଖେଳିଥିଲେ । ୨୦୦୭ରେ ତାଙ୍କୁ ପ୍ରଥମଥର ଭାରତୀୟ କ୍ରିକେଟ ଦଳର ଅଧିନାୟକ କରାଯାଇଥିଲା ।

Swagatika

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

34 mins ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

3 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

4 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

4 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

4 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

4 hours ago