ରାଜ୍ୟ

ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ହାଇକୋର୍ଟରେ ଶୁଣାଣି: ତଦନ୍ତର ଚାର୍ଜସିଟ୍‌ ରିପୋର୍ଟ ଦାଖଲ କରିବାକୁ ଏସ୍‌ଆଇଟିକୁ ନିର୍ଦ୍ଦେଶ

ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ହାଇକୋର୍ଟରେ ଶୁଣାଣି। ତଦନ୍ତର ଚାର୍ଜସିଟ୍‌ ରିପୋର୍ଟ ଦାଖଲ କରିବାକୁ ଏସ୍‌ଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜାନୁଆରୀ ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୂର୍ବରୁ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ତଦନ୍ତର ଅଗ୍ରଗତି ସମ୍ପର୍କିତ ବିସ୍ତୃତ ରିପୋର୍ଟ ଦାଖଲ କରିଥିଲା ଏସ୍‌ଆଇଟି । ଏହା ମଧ୍ୟରେ ଏସ୍‌ଆଇଟି ତଦନ୍ତରେ ସରୋଜ ସେଠୀ ଅଭିଯୁକ୍ତ ବୋଲି ଜଣାପଡିବା ପରେ ସରୋଜକୁ ଗତ ୨୧ ତାରିଖରେ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏସ୍‌ଆଇଟି ଏହି ତଥ୍ୟ ହାଇକୋର୍ଟରେ ଉପସ୍ଥାପନ କରିଥାଇପାରେ । ସିଲ କଭର ମଧ୍ୟରେ ଏହି ଷ୍ଟାଟସ ରିପୋର୍ଟ ହାଇକୋର୍ଟରେ ଦାଖଲ ହୋଇଥିଲା ।

ଗତ ୪ ତାରିଖରେ ମାମଲାର ଶୁଣାଣି କରି ଖୁବ୍ଧ ହୋଇଥିଲେ ହାଇକୋର୍ଟ । ଅଭିଯୁକ୍ତକୁ ବର୍ତ୍ତମାନ ସୁଦ୍ଧା କାହିଁକି ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ । ଏହା ସହ ନାବାଳିକାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ । ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଦୁଇଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଦୁଇଟି ମାମଲାର ଏକତ୍ର ଶୁଣାଣି ଚାଲିଛି । ନାବାଳିକାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ହାଇକୋର୍ଟରେ ଆବେଦନ ହୋଇଛି ।

ଅନ୍ଯପଟେ, ସରୋଜ ସେଠୀଙ୍କ ଘରେ SIT ଟିମ୍‌। ସରୋଜଙ୍କ ମାଆ ଓ ଭଉଣୀଙ୍କୁ ପଚରାଉଚରା କରାଯାଉଛି। SDPO ଶୁଭେନ୍ଦୁ ସିହ୍ନାଙ୍କ ନେତୃତ୍ୱରେ ଟିମ୍‌ ପଚରାଉଚରା କରୁଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ପୋଲିସ ଛାଉଣୀ କରାଯାଇଛି। ହତ୍ୟା ସମ୍ପର୍କରେ ସରୋଜଙ୍କ ମାଆ ଓ ଭଉଣୀଙ୍କୁ ତଦନ୍ତ ପରିସରଭୁକ୍ତ କରିଛି SIT । ମାଆ ଓ ଭଉଣୀ ହତ୍ୟା ସମ୍ପର୍କରେ ଜାଣିଥିବା ସୂଚନା ମିଳିଛି।

ଏପଟେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀର ଆଜି ସରୁଛି ରିମାଣ୍ଡ ଅବଧି । ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଇଥିଲା SIT । ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ନୟାଗଡ଼ ପକ୍‌ସୋ କୋର୍ଟରେ ହାଜର କରାଯିବ । ଗତକାଲି ଦ୍ୱିତୀୟ ଦିନ ପଚରାଉଚରା ବେଳେ ଅନେକ ତଥ୍ୟ ହାସଲ ହୋଇଛି ।

ଅଭିଯୁକ୍ତ ନାବାଳିକାକୁ ଶ୍ୱାସରୁଦ୍ଧ କରିବା ବେଳେ ନାକରୁ ରକ୍ତ ବାହାରିଥିଲା । ଯେଉଁ ଟାେଓ୍ଵଲରେ ସରୋଜ ରକ୍ତ ପୋଛିଥିଲା ତାକୁ ଜବତ କରିଛି ଏସଆଇଟି । ପରୀକ୍ଷା ପାଇଁ ଗାମୁଛାକୁ ଲାବ୍ରୋଟୋରୀକୁ ପଠାଯାଇଛି । ପୋଖରୀରୁ ମିଳିଛି ଗୋଟିଏ ବ୍ୟାଟେରୀ ଓ ସିମକାର୍ଡ ନଥିବା ମୋବାଇଲ୍‌ ଫୋନ୍‌ ।

Sonalisa

Recent Posts

ରିଳିଜ୍‌ ହେଲା ଫିଲ୍ମ ‘ସରଫିରା’ର ଟ୍ରେଲର, ଦମ୍‌ଦାର ଲୁକ୍‌ରେ ନଜର ଆସିଲେ ଅକ୍ଷୟ କୁମାର

ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ 'ସରଫିରା'ଟ୍ରେଲର ରିଲିଜ୍‌ ହୋଇଛି । ଖିଲାଡୀ କୁମାରଙ୍କ ଅପ୍‌କମିଂ ଫିଲ୍ମ ସରଫିରା…

7 mins ago

ଇକ୍ୱାଡୋରରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ; ୮ ମୃତ, ୧୧ ନିଖୋଜ

ଇକ୍ୱାଡୋରରେ ବର୍ଷା ରଚିଛି ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଅନେକ ସମସ୍ୟା ସାମ୍ନା କରିଛନ୍ତି । ମଧ୍ୟ…

8 mins ago

ଧର୍ମଶାଳା ରଜ କୁଇନ ମୁକୁଟ ପିନ୍ଧିଲେ ସୁଭଦ୍ରା

ଯାଜପୁର(କେନ୍ୟୁଜ୍‌) : ସାରା ରାଜ୍ୟରେ ମେଲିଛି ରଜର ଆସର । ଧୁମ୍‌ ଧାମ୍‌ ରେ ଏଥର ସବୁଠି ପାଳିତ ହୋଇଯାଇଛି…

46 mins ago

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ : ୨୦ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ୨୦ ତାରିଖ ସକାଳ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ ।  ଆବଶ୍ୟକ ପଡ଼ିଲେ ଇଣ୍ଟରନେଟ…

1 hour ago

ମହାନତା ଦେଖାଇଲେ ନୟାପଲ୍ଲୀ ଥାନା ଅଧିକାରୀ, ଗୁରୁତର ମହିଳାଙ୍କୁ ପହଁଚାଇଲେ ଡାକ୍ତରଖାନା

ଭୁବନେଶ୍ୱର (କେନ୍ୟୁଜ): ଆମେ ଥାଉ ଖବର ସଂଗ୍ରହ ଅନ୍ୱେଷଣରେ । ସେଦିନର ସଂଧ୍ୟା ସମୟର କଥା ମନରୁ ଲିଭିନୁ। ଘଟଣାଟି…

2 hours ago

ହୋମିଓପାର୍ଥିକ ଫାର୍ମାସିଷ୍ଟ ପଦବୀରେ ଚାକିରି ସୁଯୋଗ, ମାସକୁ ଦରମା ୧ ଲକ୍ଷ ଟଙ୍କା

ଯୁବପିଢି ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଚ୍ଛୁକ ପ୍ରାର୍ଥୀ ହୋମିଓପାଥିକ ଫାର୍ମାସିଷ୍ଟ ପଦବୀରେ ଯୋଗ୍ୟ…

2 hours ago