ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ହାଇକୋର୍ଟରେ ଶୁଣାଣି: ତଦନ୍ତର ଚାର୍ଜସିଟ୍‌ ରିପୋର୍ଟ ଦାଖଲ କରିବାକୁ ଏସ୍‌ଆଇଟିକୁ ନିର୍ଦ୍ଦେଶ

ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ହାଇକୋର୍ଟରେ ଶୁଣାଣି। ତଦନ୍ତର ଚାର୍ଜସିଟ୍‌ ରିପୋର୍ଟ ଦାଖଲ କରିବାକୁ ଏସ୍‌ଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜାନୁଆରୀ ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୂର୍ବରୁ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ତଦନ୍ତର ଅଗ୍ରଗତି ସମ୍ପର୍କିତ ବିସ୍ତୃତ ରିପୋର୍ଟ ଦାଖଲ କରିଥିଲା ଏସ୍‌ଆଇଟି । ଏହା ମଧ୍ୟରେ ଏସ୍‌ଆଇଟି ତଦନ୍ତରେ ସରୋଜ ସେଠୀ ଅଭିଯୁକ୍ତ ବୋଲି ଜଣାପଡିବା ପରେ ସରୋଜକୁ ଗତ ୨୧ ତାରିଖରେ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏସ୍‌ଆଇଟି ଏହି ତଥ୍ୟ ହାଇକୋର୍ଟରେ ଉପସ୍ଥାପନ କରିଥାଇପାରେ । ସିଲ କଭର ମଧ୍ୟରେ ଏହି ଷ୍ଟାଟସ ରିପୋର୍ଟ ହାଇକୋର୍ଟରେ ଦାଖଲ ହୋଇଥିଲା ।

ଗତ ୪ ତାରିଖରେ ମାମଲାର ଶୁଣାଣି କରି ଖୁବ୍ଧ ହୋଇଥିଲେ ହାଇକୋର୍ଟ । ଅଭିଯୁକ୍ତକୁ ବର୍ତ୍ତମାନ ସୁଦ୍ଧା କାହିଁକି ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ । ଏହା ସହ ନାବାଳିକାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ । ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଦୁଇଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଦୁଇଟି ମାମଲାର ଏକତ୍ର ଶୁଣାଣି ଚାଲିଛି । ନାବାଳିକାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ହାଇକୋର୍ଟରେ ଆବେଦନ ହୋଇଛି ।

pari murder caseଅନ୍ଯପଟେ, ସରୋଜ ସେଠୀଙ୍କ ଘରେ SIT ଟିମ୍‌। ସରୋଜଙ୍କ ମାଆ ଓ ଭଉଣୀଙ୍କୁ ପଚରାଉଚରା କରାଯାଉଛି। SDPO ଶୁଭେନ୍ଦୁ ସିହ୍ନାଙ୍କ ନେତୃତ୍ୱରେ ଟିମ୍‌ ପଚରାଉଚରା କରୁଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ପୋଲିସ ଛାଉଣୀ କରାଯାଇଛି। ହତ୍ୟା ସମ୍ପର୍କରେ ସରୋଜଙ୍କ ମାଆ ଓ ଭଉଣୀଙ୍କୁ ତଦନ୍ତ ପରିସରଭୁକ୍ତ କରିଛି SIT । ମାଆ ଓ ଭଉଣୀ ହତ୍ୟା ସମ୍ପର୍କରେ ଜାଣିଥିବା ସୂଚନା ମିଳିଛି।

ଏପଟେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀର ଆଜି ସରୁଛି ରିମାଣ୍ଡ ଅବଧି । ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଇଥିଲା SIT । ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ନୟାଗଡ଼ ପକ୍‌ସୋ କୋର୍ଟରେ ହାଜର କରାଯିବ । ଗତକାଲି ଦ୍ୱିତୀୟ ଦିନ ପଚରାଉଚରା ବେଳେ ଅନେକ ତଥ୍ୟ ହାସଲ ହୋଇଛି ।

ଅଭିଯୁକ୍ତ ନାବାଳିକାକୁ ଶ୍ୱାସରୁଦ୍ଧ କରିବା ବେଳେ ନାକରୁ ରକ୍ତ ବାହାରିଥିଲା । ଯେଉଁ ଟାେଓ୍ଵଲରେ ସରୋଜ ରକ୍ତ ପୋଛିଥିଲା ତାକୁ ଜବତ କରିଛି ଏସଆଇଟି । ପରୀକ୍ଷା ପାଇଁ ଗାମୁଛାକୁ ଲାବ୍ରୋଟୋରୀକୁ ପଠାଯାଇଛି । ପୋଖରୀରୁ ମିଳିଛି ଗୋଟିଏ ବ୍ୟାଟେରୀ ଓ ସିମକାର୍ଡ ନଥିବା ମୋବାଇଲ୍‌ ଫୋନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.