Below header

ଇଛାଶକ୍ତି ଥିଲେ ସବୁ କିଛି ସମ୍ଭବ, ୧୦ କିଲୋମିଟର ଦୌଡିଲେ ୫ ମାସର ଗର୍ଭବତୀ

ଟିସିଏସ କମ୍ପାନୀ ଦ୍ୱାରା ଆୟୋଜିତ ଦଶ କିଲୋମିଟର ଦୌଡ ପ୍ରତିଯୋଗିତାରେ ଜଣେ ପାଞ୍ଚ ମାସର ଗର୍ଭବତୀ ଭାଗ ନେବା ଘଟଣା ସମସ୍ତଙ୍କୁ ଯେମିତି ତାଯୁବ କରିଦେଇଛି । ଏହି ଯୁବତୀ ଜଣଙ୍କ ହେଉଛନ୍ତି ଅଙ୍କିତା ଗୌର । ରବିବାର ଅନୁଷ୍ଠିତ ହୋଇଥିବା ଏହି ଦୌଡକୁ ପ୍ରାୟ ୬୨ ମିନିଟରେ ପୁରା କରିଛନ୍ତି ଅଙ୍କିତା । ଏହାକୁ ପୁରା କରିବା ପରେ ଏକ ସାକ୍ଷାତ୍କାର ସମୟରେ ଅଙ୍କିତା କହି ଛନ୍ତି, ସେ ପ୍ରାୟ ୧୦ ବର୍ଷ ହେବ ୯ ବର୍ଷ ହେବ ଟିସିଏସ ଦ୍ୱାରା ଆୟୋଜିତ ଏହି ଧରଣର ପ୍ରତିଯୋଗିତାରେ ଭାଗ ନେଇ ଆସୁଛନ୍ତି । ୨୦୧୩ ରୁ ହିଁ ସେ ଭାଗ ନେଇ ଆସୁଛନ୍ତି । ଖାଲି ସେତିକି ନୁହେଁ ବର୍ଲିନ, ବୋଷ୍ଟନ, ନ୍ୟୁୟର୍କ ଠାରେ ବିଭିନ୍ନ ସମୟରେ ଅନୁଷ୍ଠିତ ହୋଇଥିବା ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଆସୁଛନ୍ତି । ଚଳିତ ବର୍ଷର ପ୍ରସ୍ତୁତି ବିଷୟରେ ପଚରା ଯିବାରୁ ସେ କହିଥିଲେ ଏନେଇ ସେ ପ୍ରତିଦିନ ଧୀରେ ଧୀରେ କରି ପାଞ୍ଚରୁ ୮ କିଲୋମିଟର ପର୍ଯ୍ୟାନ୍ତ ଦୌଡ ଲଗାଇ ଆସୁଥିଲେ । ମଝିରେ ମଝିରେ କିଛି ସମୟ ପାଇଁ ବି ବିଶ୍ରାମ ନିଅନ୍ତି । ଏବେ ସେ ୫ ମାସର ଗର୍ଭବତୀ ଅଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତିକି, ବିଶେଷଜ୍ଞଙ୍କ ଅନୁଯାୟୀ ଦୌଡିବା ସ୍ୱାସ୍ଥ୍ୟ ପକ୍ଷେ ଖୁବ ହିତକର । ଆଉ ଗର୍ଭାବସ୍ଥା ସମୟରେ କିଛି କିଛି ସମୟ ଦୌଡିବା ଏକ ଭଲ ବ୍ୟାୟାମ । ଅବଶ୍ୟ ଆମେରିକାନ ଅଫ ହେଲ୍ଥ କାଊଂସେଲିଂ ଧାବିକା ମାନଙ୍କୁ ହିଁ ଏନେଇ ଅନୁମତି ଦେଇଛନ୍ତି । ପ୍ରକୃତରେ ଏହି କାଉନସେଲିଂ ସାଧାରଣ ମହିଳା ମାନଙ୍କୁ କେବଳ ଚାଲିବା ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ପୂର୍ବରୁ ଜଣେ ଧାବିକା ହୋଇଥିବାରୁ ଅଙ୍କିତା ଦୌଡ଼ିଲେ କିଛି ପ୍ରଭାବ ପଡିବ ନାହିଁ ବୋଲି ଆମେରିକାନ କାଉନ୍ସେଲିଂ ସୂଚନା ଦେଇଥିଲେ । ଗର୍ଭରେ ଥିବା ଶିଶୁ ଉପରେ ଏହା ସୁପ୍ରଭାବ ପକାଇବ ।

ବୃତ୍ତିରେ ଅଙ୍କିତା ହେଉଛନ୍ତି ଜଣେ ଇଂଜିନିୟର । ୨୦୧୩ ରୁ ସେ ଟିସିଏସ ଦ୍ୱାରା ଆୟୋଜିତ ଦଶ କିଲୋମିଟର ବିଶିଷ୍ଟ ଦୌଡରେ ଭାଗ ନେଇ ଆସୁଛନ୍ତି । କୌଣସି ଆପ ଦ୍ୱାରା ସଞ୍ଚାଳିତ ଦୌଡ ପ୍ରତିଯୋଗିତାରେ ବି ଭାଗ ନେଇଥାନ୍ତି । କିନ୍ତୁ ଗର୍ଭାବସ୍ଥା ବେଳେ ଏପରି ଏକ ପଦକ୍ଷେପ ନେବା ପାଇଁ ତାଙ୍କ ପରିବାର ଲୋକେ ତାଙ୍କୁ ସେତେଟା ସହମତି ମିଳିନଥିଲା । କିନ୍ତୁ ବିଶେଷଜ୍ଞ ମାନଙ୍କ ଠାରୁ ସହମତି ମିଳିବା ପରେ ପରିବାର ଲୋକେ କିଛି ଅଭିଯୋଗ କରିନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.