ସିନିୟର ସିଟିଜେନ୍ସ ସ୍ପେଶାଲ ଏଫଡି ସ୍କିମ୍, ୩୧ ଡିସେମ୍ବର ଭିତରେ କରିନିଅନ୍ତୁ ନିବେଶ

ଭାରତୀୟ ଷ୍ଟେଟ ବ୍ଯାଙ୍କ, ଏଚଡିଏଫସି, ଆଇସିଆଇସିଆଇ ବ୍ଯାଙ୍କ, ବ୍ଯାଙ୍କ ଅଫ ବରୋଦା ସିନିୟର ସିଟିଜେନ୍ସ ଏଫଡିରେ ଥିବା ସୁଧ ଉପରେ ଅତିରିକ୍ତ ସୁଧ ଦେଉଛି। ଏହି ଯୋଜନା ମଇ ମାସରୁ ଲାଗୁ ହେବ। କୋଭିଡ୍ ୧୯ ମହାମାରୀ ମଧ୍ୟରେ ଏହି ସ୍ପେଶାଲ ଏଫଡି ଯୋଜନା ସିନିୟର ସିଟିଜେନ୍ସଙ୍କ ହିତ ରକ୍ଷା ପାଇଁ ଆରମ୍ଭ କରାଯାଇଥିଲା ପ୍ରଥମେ ଏହି ଯୋଜନା ସେପ୍ଟେମ୍ବର ପର୍ଯ୍ଯନ୍ତ ଲାଗୁଥିଲା। କିନ୍ତୁ ଏବେ ଏହାକୁ ୩୧ ଡିସେମ୍ବର ପର୍ଯ୍ଯନ୍ତ ବଢାଇଦିଆଯାଇଛି। କିନ୍ତୁ ଏସବିଆଇ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ଯନ୍ତ ଲାଗୁ ହେବ।

ସିନିୟର ସିଟିଜନ୍ସଙ୍କ ପାଇଁ ଏଚଡିଏଫସି ବ୍ୟାଙ୍କର ସ୍ପେଶାଲ ଏଫଡି ସ୍କିମକୁ ‘’HDFC ସିନିୟର ସିଟିଜନ କେୟାର’ କୁହାଯାଉଛି । ବ୍ୟାଙ୍କ ଏହି ଜମା ଉପରେ ୦.୭୫ ବିପିଏସ ଉଚ୍ଚ ସୁଧ ଦର ପ୍ରଦାନ କରୁଛି । ଯଦି କୌଣସି ସିନିୟର ସିଟିଜନ ଏଚଡିଏଫସି ବ୍ୟାଙ୍କର ସିନିୟର ସିଟିଜନ କେୟାର ଏଫଡି ଅନୁସାରେ ଫିକ୍ସ୍ଡ ଡିପୋଜିଟ୍ କରିଥାନ୍ତି ତେବେ ଏଫଡିରେ ଲାଗୁ ସୁଧ ଦର ୬.୨୫ ପ୍ରତିଶତ ରହିବ । ଏହି ଦର ୧୭ ନଭେମ୍ବରରୁ ପ୍ରଭାବୀ ହେବ । ସିନିଟର ସିଟିଜନ କେୟାର ଏଫଡି ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବୈଧ ।

fd

ସେହିପରି ସିନିୟର ସିଟିଜନ୍ସଙ୍କ ପାଇଁ ଆଇସିଆଇସିଆଇ ବ୍ୟାଙ୍କର ସ୍ପେଶାଲ ଏଫଡି ସ୍କିମକୁ ଆଇସିଆଇସିଆଇ ବ୍ୟାଙ୍କ ଗୋଲ୍ଡେନ ଇୟର୍ସ(ICICI Bank Golden Years) କୁହାଯାଏ । ବ୍ୟାଙ୍କ ଏହି ଜମା ଉପରେ ୦. ୮୦ ବିପିଏସ୍ ଉଚ୍ଚ ସୁଧ ଦର ପ୍ରଦାନ କରୁଛି । ଆଇସିଆଇସିଆଇ ବ୍ୟାଙ୍କ ଗୋଲ୍ଡେନ ଇୟର ଏଫଡି ଯୋଜନା ସିନିୟର ସିଟିଜନଙ୍କୁ ପ୍ରତି ବର୍ଷ ୬.୩୦ ପ୍ରତିଶତ ସୁଧ ଦର ପ୍ରଦାନ କରୁଛି । ଏହି ଦର ୨୧ ଅକ୍ଟୋବରରୁ ଲାଗୁ ହେବ । ଏହି ଯୋଜନା ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଲାଗୁ ।

ବ୍ୟାଙ୍କ ଅଫ୍ ବଡୋଦା ସିନିୟର ସିଟିଜନ୍ସଙ୍କୁ ଏହି ଜମା ଉପରେ ୧୦୦ ବିପିଏସ ଅଧିକ ପ୍ରଦାନ କରୁଛି । ଯଦି କୌଣସି ସିନିୟର ସିଟିଜନ ସ୍ପେଶାଲ ଏଫଡି ସ୍କିମ୍(୫ ବର୍ଷରୁ ୧୦ ବର୍ଷ ବା ଅଧିକ) ଅନୁସାରେ ଫିକ୍ସଡ ଡିପୋଜିଟ୍ କରିଥାଏ, ତେବେ ଏଫଡିରେ ଲାଗୁ ସୁଧ ଦର ୬.୨୫ ପ୍ରତିଶତ ହେବ । ଏହି ଦର ୧୬ ନଭେମ୍ବରରୁ ଲାଗୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.