ଦେଶର ପ୍ରଥମ ନିମୋନିଆ ଟିକା ବିକଶିତ କଲା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌, ଆସନ୍ତା ସପ୍ତାହରେ ହେବ ବଜାର ପ୍ରବେଶ

ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ନିମୋନିଆ ରୋଗ ପାଇଁ ସ୍ୱଦେଶରେ ପ୍ରଥମ ଟିକା ବିକଶିତ କରିଛି। ଏହି ଟିକାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଆସନ୍ତା ସପ୍ତାହରେ ଲଞ୍ଚ୍‌ କରାଯିବ ବୋଲି କହିଛନ୍ତି। ତା’ପରେ ଏହି ଟିକା ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି।

ରିପୋର୍ଟ ମୁତାବକ, ବୁଧବାର କୁହାଯାଇଛି ଯେ ଏହି ଟିକା ବର୍ତ୍ତମାନ ସମୟରେ ଦୁଇଟି ବିଦେଶୀ କମ୍ପାନୀ ତରଫରୁ ଉପଲବ୍ଧ କରାଯାଉଥିବା ଟିକା ତୁଳନାରେ ବେଶ୍‌ ଶସ୍ତା। ଭାରତର ଔଷଧୀ ନିୟାମକ ପୁଣେସ୍ଥିତ ସଂସ୍ଥାନରୁ ପ୍ରାପ୍ତ ଟିକାର କ୍ଲିନିକାଲ ଟ୍ରାଏଲର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟେଷ୍ଟିଂର ସମୀକ୍ଷା କରିବା ପରେ ଜୁଲାଇରେ ହିଁ ଟିକା ‘ନ୍ୟୁମୋକୋକଲ ପଲିସିକ୍ରାଇଡ୍‌ କନ୍‌ଜୁଗେଟ୍‌’କୁ ବଜାର ପ୍ରବେଶ ପାଇଁ ଅନୁମତି ମିଳିଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହା ପୂର୍ବରୁ କହିଥିଲା ଯେ ଟିକା ମାଧ୍ୟମରେ ଶିଶୁଙ୍କ ଠାରେ ‘ଷ୍ଟ୍ରେପ୍ଟୋକାକସ୍‌ ନିମୋନିଆ’ଦ୍ୱାରା ହେଉଥିବା ରୋଗର ପ୍ରତିରୋଧକ କ୍ଷମତାକୁ ବଢ଼ାଯାଇଥାଏ। ସିରିମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଟିକାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲ ଭାରତ ଓ ଆଫ୍ରିକାରେ କରିଥିଲା। ଅଧିକାରୀଙ୍କ କହିବାନୁସାରେ, ନିମୋନିଆ ପାଇଁ ଭାରତ ଦ୍ୱାରା ପ୍ରସ୍ତୁତ ଏହା ପ୍ରଥମ ଟିକା। ଏହା ଫାଇଜରର ଏନ୍‌ଓ୍ଵାଇଏସ୍‌ଇ ପିଏଫ୍‌ଇ ଓ ଗ୍ଲେକ୍ସୋସ୍ମିଥକ୍ଲାଇନ୍‌ର ଏଲ୍‌ଏସ୍‌ଇ ଜିଏସ୍‌କେ ତୁଳନାରେ ଅଧିକ ଲାଭଦାୟକ ଓ ଶସ୍ତା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.