Categories: ରାଜ୍ୟ

ବାତ୍ୟା ତିତଲି ମୁକାବିଲା ନେଇ ଓଡ଼ିଶାକୁ ଏନ୍‌ଡିଏମଏର ପ୍ରଶଂସା

ଭୁବନେଶ୍ବର : ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶରେ ଅନେକ କ୍ଷୟକ୍ଷତି କଲା ବାତ୍ୟା ତିତ୍‌ଲି । ବହୁ ଧନ ଜୀବନ ହାନୀ ହେଲା । କିନ୍ତୁ ତିତ୍‌ଲି ଯେଉଁ ଭୟଂକର ରୂପ ନେଇଥିଲା ଆହୁରି ଅନେକ କ୍ଷୟକ୍ଷତି ହୋଇଥାନ୍ତା । ହେଲେ ରାଜ୍ୟ ସରକାରଙ୍କ ସଠିକ୍‌ ସମୟରେ ସଠିକ୍‌ ପଦକ୍ଷେପ ଯୋଗୁ ଅନେକ କ୍ଷୟକ୍ଷତିରୁ ବର୍ତ୍ତି ଯାଇଛି ଓଡ଼ିଶା । ତିତ୍‌ଲି କଣ କ୍ଷତି କରିଛି ତା ନୁହେଁ, ବରଂ ତିତ୍‌ଲି କଣ କ୍ଷତି କରିପାରିନି ତାକୁ ନେଇ ଚର୍ଚ୍ଚା ହେବା ଆବଶ୍ୟକ ବୋଲି କହିଛି ଏନଡିଏମ୍‌ଏ । ବାତ୍ୟା ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କରିଛି ଏନଡିଏମ୍‌ଏ । ଓଡ଼ିଶା ସରକାରଙ୍କ ଜିରୋ କାଜୁଆଲିଟି ପ୍ରସ୍ତୁତିକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ-ଏନଡିଏମ୍‌ଏ ଦ୍ୱାରା ଚଳିତ ମାସରେ ପ୍ରକାଶିତ ଡିଜିଟାଲ ପତ୍ରିକା ‘ଆପଦା ସମ୍ବାଦ’ରେ ପ୍ରଶଂସା କରାଯାଇଛି ।

ଏଥିରେ କୁହାଯାଇଛି, ତିତ୍‌ଲି ଜନିତ ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ଡେଇଁ ପାରି ନାହିଁ । ସ୍ଥଳଭାଗ ଛୁଇଁବା ନେଇ ଆଇଏମଡିର ନିର୍ଦ୍ଦିଷ୍ଟ ପୂର୍ବାନୁମାନ ଏବଂ ନବୀନ ସରକାରଙ୍କ ମୁକାବିଲା ବଡ ଧରଣର କ୍ଷୟକ୍ଷତିକୁ ଅଟକାଇ ପାରିଛି । ତଳି ଅଞ୍ଚଳରୁ ଠିକ୍‌ ସମୟରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ନଥିଲେ ଆହୁରି ଅନେକ ଧନଜୀବନ ହାନୀ ହୋଇଥାନ୍ତା । ଏଥିସହ ବାତ୍ୟା ପରେ ତ୍ୱରିତ ପଦକ୍ଷେପ ଯୋଗୁ ପ୍ରଭାବିତ ଅଞ୍ଚଳ ଖୁବ ଶୀଘ୍ର ସ୍ୱାଭାବିକ ହୋଇପାରିଛି ବୋଲି ଏଥିରେ କୁହାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟ ପ୍ରଶାସନ ସଠିକ୍‌ ଢଙ୍ଗରେ ବାତ୍ୟାର ମୁକାବିଲା କରିଥିଲା ।

KNews Bureau

Recent Posts

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

16 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

2 hours ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

2 hours ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago

ଆଜିର ପେଟ୍ରୋଲ ଦର; ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ମୂଲ୍ୟ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 hours ago