କିସ୍‌ ହକି ଟିମ୍‌କୁ ୨ ଲକ୍ଷ ୫୦ ହଜାର ଟଙ୍କା ଦାନ କଲା ନେଦରଲାଣ୍ଡସ୍‌ ହକି ଟିମ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ବିଶ୍ୱର ଅନ୍ୟତମ ଅଗ୍ରଣୀ ହକି ଖେଳୁଥିବା ଦେଶ ହେଉଛି ନେଦରଲାଣ୍ଡସ୍‌ । ଏଠାକୁ ବିଶ୍ୱ କପ୍‌ରେ ଭାଗ ନେବାକୁ ଆସିଥିବା ନେଦରଲାଣ୍ଡସ ବା ହଲାଣ୍ଡ ଦଳ ଆଜି କିସ୍‌ ବିଶ୍ୱବିଦ୍ୟାଳୟ ପରିସର ବୁଲି ଦେଖିବା ସହ ୨୭ ହଜାର ଆଦିବାସୀ ଛାତ୍ର ଛାତ୍ରୀଙ୍କ ସହ ମିଶିଛନ୍ତି । ସେମାନଙ୍କ ସହିତ କଥାବାର୍ତ୍ତା କରି ଖୁସି ବାଣ୍ଟିଛନ୍ତି । କିସ୍‌ କ୍ୟାମ୍ପସରେ ବେଶ୍‌ କିଛି ସମୟ କଟାଇ, ପିଲାଙ୍କ ସହ ମିଶି ଆନନ୍ଦରେ ଆତ୍ମହରା ହୋଇ ପଡ଼ିଥିଲେ ଖେଳାଳିମାନେ । ସେହିପରି ଅନ୍ତର୍ଜାତୀୟ ସ୍ତରର ଷ୍ଟାର ହକି ଖେଳାଳିମାନଙ୍କୁ ପାଖରେ ପାଇ ପିଲାମାନଙ୍କର ଖୁସିରେ ସୀମା ରହି ନଥିଲା ।

ପିଲାମାନଙ୍କ ସହ ମିଶିବା ପରେ ନେଦରଲାଣ୍ଡସ୍‌ର ଖେଳାଳିମାନେ କିସ୍‌ ହକି ଷ୍ଟାଡିୟମରେ କିସ୍‌ ହକି ଟିମ୍‌ ସହ କିଛି ସମୟ ଅଭ୍ୟାସ କରିଥିଲେ । ସେମାନଙ୍କୁ ଖେଳ ସମ୍ପର୍କରେ ଦେଇଥିଲେ ଗୁରୁତ୍ୱପୂର୍ଣ୍ଣ ଟିପ୍ସ । ଖେଳାଳିମାନେ ପଡ଼ିଆରେ ପ୍ରବେଶ କଲା ବେଳେ ଉଭୟ ପଟୁ କିସ୍‌ ଖେଳାଳିମାନେ ହକି ଷ୍ଟିକ୍‌ ଉଠାଇ ସେମାନଙ୍କୁ ସ୍ୱାଗତ କରିଥିଲେ ।
କିସ୍‌ର ଉଭୟ ମହିଳା ଓ ପୁରୁଷ ହକି ଟିମ୍‌ ଖେଳାଳି ଉପସ୍ଥିତ ଥିଲେ । ସେମାନଙ୍କ ପ୍ରତିଭାରେ ପ୍ରଭାବିତ ହୋଇ କିସ୍‌ ହକି ଟିମ୍‌କୁ ୨ ଲକ୍ଷ ୫୦ ହଜାର ଟଙ୍କା ଦାନ କରିଥିଲେ । ଏହା ସହିତ କିସ୍‌ ଭଳି ଏକ ବିଶାଳ ଏବଂ ମହାନ୍‌ ଅନୁଷ୍ଠାନ ଗଢ଼ିଥିବାରୁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଖେଳାଳିମାନେ ।

KNews Bureau

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

54 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

4 hours ago