ରାଜ୍ୟ

୧୦ ଦିନର ନବବଧୂଙ୍କୁ ଯୌତୁକ ନିର୍ଯାତନା ସହିତ କରୋନା କହି ହଇରାଣ କଲେ ଶାଶୁଘର ଲୋକେ

ନବବଧୂଙ୍କ ଉପରେ ଯୌତୁକ ସହ କରୋନା ନିର୍ଯାତନା । ଅଲଗା ଖାଇବାକୁ ଦେଲେ, ଅଲଗା ଶୋଇବାକୁ ଦେଲେ ଶାଶୂଘର ଲୋକେ । ଏପରି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ । ଗତ ୨ ତାରିଖରେ ଉମରକୋଟର ଜୟନ୍ତ ଭକିଲଙ୍କ ବିବାହ ହୋଇଥିଲା । ବାହାଘର ସମୟରେ କନ୍ୟା ବାପାଘର ଲୋକେ ବିଭିନ୍ନ ଆସବାପତ୍ର ସହ ନଗଦ ଅଢେଇ ଲକ୍ଷ ଟଙ୍କା ଓ ବାଇକ ଦେଇଥିଲେ । କିନ୍ତୁ ଏତିକିରେ ସନ୍ତୁଷ୍ଟ ହୋଇ ନଥିଲେ ଶାଶୂଘର ଲୋକେ ।

ଅଧିକ ଯୌତୁକ ପାଇଁ ବାରମ୍ବାର ନବବଧୂ ଉପରେ ଚାପ ପକାଉଥିଲା । ଏପରିକି ତାଙ୍କୁ କରୋନା ହୋଇଛି କହି ତାଙ୍କୁ ହଇରାଣ କରୁଥିଲେ । ତେବେ ନିର୍ଯାତନା ଅସହ୍ୟ ହେବାରୁ ବାପଘର ଲୋକଙ୍କୁ ଏସମ୍ପର୍କରେ ଖବର ଦେଇଥିଲେ । ପରେ ଏନେଇ ଉମରକୋଟ ଥାନାରେ ଅଭିଯୋଗ କରାଯାଇଛି । ସେପଟେ ଯୌତୁକ ନିର୍ଯାତନା ଅଭିଯୋଗକୁ ପରୋକ୍ଷରେ ସ୍ୱୀକାର କରିବା ସହ କରୋନା ନିର୍ଯାତନା ଘଟଣାକୁ ଅସ୍ୱୀକାର କରିଛନ୍ତି ପରିବାର ଲୋକେ ।

Pritiparna

Recent Posts

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

3 mins ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

18 mins ago

ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି, ଆଜି ହିଟ ୱେଭ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି ।  ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି…

31 mins ago

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

41 mins ago

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

8 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

10 hours ago