୧୦ ଦିନର ନବବଧୂଙ୍କୁ ଯୌତୁକ ନିର୍ଯାତନା ସହିତ କରୋନା କହି ହଇରାଣ କଲେ ଶାଶୁଘର ଲୋକେ

ନବବଧୂଙ୍କ ଉପରେ ଯୌତୁକ ସହ କରୋନା ନିର୍ଯାତନା । ଅଲଗା ଖାଇବାକୁ ଦେଲେ, ଅଲଗା ଶୋଇବାକୁ ଦେଲେ ଶାଶୂଘର ଲୋକେ । ଏପରି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ । ଗତ ୨ ତାରିଖରେ ଉମରକୋଟର ଜୟନ୍ତ ଭକିଲଙ୍କ ବିବାହ ହୋଇଥିଲା । ବାହାଘର ସମୟରେ କନ୍ୟା ବାପାଘର ଲୋକେ ବିଭିନ୍ନ ଆସବାପତ୍ର ସହ ନଗଦ ଅଢେଇ ଲକ୍ଷ ଟଙ୍କା ଓ ବାଇକ ଦେଇଥିଲେ । କିନ୍ତୁ ଏତିକିରେ ସନ୍ତୁଷ୍ଟ ହୋଇ ନଥିଲେ ଶାଶୂଘର ଲୋକେ ।

bride ଅଧିକ ଯୌତୁକ ପାଇଁ ବାରମ୍ବାର ନବବଧୂ ଉପରେ ଚାପ ପକାଉଥିଲା । ଏପରିକି ତାଙ୍କୁ କରୋନା ହୋଇଛି କହି ତାଙ୍କୁ ହଇରାଣ କରୁଥିଲେ । ତେବେ ନିର୍ଯାତନା ଅସହ୍ୟ ହେବାରୁ ବାପଘର ଲୋକଙ୍କୁ ଏସମ୍ପର୍କରେ ଖବର ଦେଇଥିଲେ । ପରେ ଏନେଇ ଉମରକୋଟ ଥାନାରେ ଅଭିଯୋଗ କରାଯାଇଛି । ସେପଟେ ଯୌତୁକ ନିର୍ଯାତନା ଅଭିଯୋଗକୁ ପରୋକ୍ଷରେ ସ୍ୱୀକାର କରିବା ସହ କରୋନା ନିର୍ଯାତନା ଘଟଣାକୁ ଅସ୍ୱୀକାର କରିଛନ୍ତି ପରିବାର ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.