Below header

ବାରିପଦା : ରାସ୍ତା କଡ଼ରୁ ଉଦ୍ଧାର ଅପରିଚିତ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କଲେ

ବାରିପଦା (କେ ନ୍ୟୁଜ୍‌) : ରାସ୍ତାକଡ଼ରୁ ଉଦ୍ଧାର ଯୁବକର ମୃତ୍ୟୁ । ବାରିପଦା ତୁଳସୀଚୌରା ଗୋସାଲାଛକ ନିକଟରୁ ଜଣେ ଅଜଣା ଯୁବକଙ୍କୁ ଉଦ୍ଧାର କରାଯାଇଛି । ଯୁବକ ଜଣକ ରାସ୍ତା କଡରେ ଅସୁସ୍ଥ ହୋଇ ପଡିଥିବା ଦେଖି ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାରିପଦା ପିଆର୍ଏମ୍ ମେଡିକାଲ କଲେଜ ନିଆଯାଇଥିଲା । ତେବେ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ବାରିପଦା ଟାଉନ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ୍‌ ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.