କରୋନା ଭାଇରସ୍‌କୁ ନେଇ ଭାରତ ଉପରେ ପ୍ରଶ୍ନ ଉଠାଇଲେ ପାକିସ୍ତାନୀ କ୍ରିକେଟର, କହିଲେ- ‘ମେଡିକାଲରେ କିଛି ସୁବିଧା ନାହିଁ’

କରୋନା ଭାଇରସ୍‌ ଯୋଗୁ ସାରା ଦୁନିଆ ଏକ ପ୍ରକାରର ଅଚଳ ହୋଇଯାଇଛି କହିଲେ ଚଳେ। ସଂକ୍ରମଣ ହେବା ଭୟରେ ଲୋକମାନେ ଏବେ ଘରୁ ବାହାରୁନାହାନ୍ତି। ଦିନକୁ ଦିନ ଏହି ମାମଲା ବଢ଼ିଚାଲିଛି। ଏବେ କରୋନାର ପ୍ରଭାବ ଖେଳ ଉପରେ ମଧ୍ୟ ପଡ଼ିଛି। ଏନେଇ ପୂର୍ବତନ ପାକିସ୍ତାନୀ ବୋଲର ସୋଏବ ଅଖତର ଚୀନ୍‌ ଉପରେ କ୍ଷୁବ୍ଧ ହୋଇଛନ୍ତି। ସେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଏନେଇ ବିରକ୍ତି ପ୍ରକାଶ କରିଛନ୍ତି। ଏଥିସହ ସେ ଭାରତର ଚିକିତ୍ସା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଦେଖନ୍ତୁ ଭିଡିଓ:

Video Courtesy: Shoaib Akhtar

ସୋଏବ ଅଖତର ଭାରତ ଉପରେ ଏହି ଭାଇରସ୍‌ର ପ୍ରଭାବ ସମ୍ପର୍କରେ କହିଛନ୍ତି ଯେ ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ ଯଦି ୨ରୁ ୩ କୋଟି ଲୋକ ବି କରୋନାରେ ଆକ୍ରାନ୍ତ ହୁଅନ୍ତି, ତେବେ ମେଡିକାଲରେ ଏତେ କ୍ଷମତା ନାହିଁ ଯେ ସେମାନଙ୍କର ଚିକିତ୍ସା କରିହେବ। ସେ କହିଛନ୍ତି ଯେ କମ୍‌ ସେ କମ୍‌ ପାକିସ୍ତାନରେ ଏତେ ଲୋକ ନାହାନ୍ତି ଓ ତାଙ୍କ ଦେଶରେ କରୋନାର ମାମଲା ମଧ୍ୟ କମ୍‌ ଥିବା ଜଣାପଡ଼ିଛି।

corona

ଆଇପିଏଲ୍‌ ନ ହେବାରୁ ଲୋକଙ୍କର ପ୍ରବଳ କ୍ଷତି ହେବ। ହୋଟେଲ ଇଣ୍ଡଷ୍ଟ୍ରୀ, କ୍ୟାଟରିଂ, ଟ୍ରାଭେଲ ଇଣ୍ଡଷ୍ଟ୍ରୀ ଆଦିରେ ମଧ୍ୟ କ୍ଷତି ହେବାର ସମ୍ଭାବନା ରହିଛି। ପିଏସ୍‌ଏଲ୍‌ ମଧ୍ୟ ଏହି ସମସ୍ୟା ଦେଇ ଗତି କରୁଛି। କେବଳ ବୁହାନ ଯୋଗୁ ସମସ୍ତଙ୍କୁ ଏହି ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି ବୋଲି ସୋଏବ କହିଛନ୍ତି। ସେ ଏଥିପାଇଁ ସିଧାସଳଖ ଚୀନ୍‌କୁ ଦୋଷ ଦେଇଛନ୍ତି।

Leave A Reply

Your email address will not be published.