କାଲି ସରିଥିଲା ବାହାଘର, ଆଜି ବିବାହ ପୋଷାକ ପିନ୍ଧି ମତଦାନ କେନ୍ଦ୍ରରେ ପହଞ୍ଚିଲେ ନବ ଦମ୍ପତି

ଗତକାଲି ହାତଗଣ୍ଠି ପଡ଼ିଥିଲା । ଆଉ ଆଜି ବର କନ୍ୟାଙ୍କ ଘର ବାହୁଡ଼ା ଥିଲା। କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ ସିଧା ସେମାନେ ପହଞ୍ଚିଥିଲେ ମତଦାନ କେନ୍ଦ୍ରରେ।

ବିବାହ ବେଦୀରୁ ସିଧା ପହଞ୍ଚିଲେ ମତଦାନ କେନ୍ଦ୍ର । ଗତକାଲି ହାତଗଣ୍ଠି ପଡ଼ିଥିଲା । ଆଉ ଆଜି ବର କନ୍ୟାଙ୍କ ଘର ବାହୁଡ଼ା ଥିଲା। କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ ସିଧା ସେମାନେ ପହଞ୍ଚିଥିଲେ ମତଦାନ କେନ୍ଦ୍ରରେ। ନିଜ ମତଦାନର ଅଧିକାର ସାବ୍ୟସ୍ତ କରି ଘରକୁ ଫେରିଥିଲେ ନବ ବିବାହିତ ବର କନ୍ୟା । ଏଭଳି କରି ନବ ଦମ୍ପତି ସମାଜକୁ ଏକ ଭିନ୍ନ ବାର୍ତ୍ତା ଦେଇଛନ୍ତି । କେହି ନିଜ ଭୋଟ ଦାନ ଅଧିକାରକୁ ନଷ୍ଟ ହେବାକୁ ଦିଅନ୍ତୁ ନାହିଁ ବୋଲି କହିଛନ୍ତି ଦମ୍ପତି । ଅନେକ ରାଜ୍ୟରେ ଆଜି ପ୍ରଥମ ସୋପାନ ଭୋଟିଂ ହୋଇଛି । ଏହି ସମୟରେ ବିଭିନ୍ନ ସ୍ଥାନରେ ନବ ଦମ୍ପତିମାନେ ଭୋଟ ଦେଇ ଭୋଟରମାନଙ୍କୁ ଉତ୍ସାହିତ କରିଛନ୍ତି । ଶାଶୁଘରକୁ ଯିବା ପୂର୍ବରୁ କନ୍ୟାମାନେ ଭୋଟ ଦେବାକୁ ଯାଇଛନ୍ତି । ଯାହା ପରେ ସମଗ୍ର ଦେଶରେ ଏମାନଙ୍କ ଚର୍ଚ୍ଚା ହେଉଛି । ବିବାହ ପୋଷାକରେ ହିଁ ଦମ୍ପତିମାନେ ଭୋଟ ଦେବାକୁ ଯାଇଥିଲେ । ଭୋଟ ଦେବା ପରେ ନିଜ ନିଜ ଶାଶୁଘରକୁ ଯାଇଥିଲେ କନ୍ୟା ।

ଜମ୍ମୁର ନବ ଦମ୍ପତିଙ୍କ ଠାରୁ ଆରମ୍ଭ କରି ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସବୁଆଡ଼େ ନବ ଦମ୍ପତି ଭୋଟ ଦେଇଥିବା ଦେଖିବାକୁ ମିଳିଛି । ଗତକାଲି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏ ସମସ୍ତ ଦମ୍ପତି । ଏବଂ ଆଜି ସକାଳୁ ସକାଳୁ ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି । ଯାହାକୁ ନେଇ ଦେଶରେ ଏମାନଙ୍କ ଚର୍ଚ୍ଚା ହେଉଛି ।

ଆଜି ଉତ୍ତରପ୍ରଦେଶର ମତଦାନ ଅନୁଷ୍ଠିତ ହୋଇଯାଇଛି । ଗଣତନ୍ତ୍ରର ଏହି ପର୍ବରେ ସମସ୍ତେ ସମ୍ପୂର୍ଣ୍ଣ ଉତ୍ସାହର ସହିତ ନିଜର ଭୂମିକା ଗ୍ରହଣ କରୁଛନ୍ତି । ଭୋଟ୍ ଦେବା ପାଇଁ ଲୋକମାନେ ସକାଳୁ ଲାଇନରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଲୋକମାନେ ଶାନ୍ତିପୂର୍ଣ୍ଣ ଭାବେ କିପରି ଭୋଟ୍ ଦେବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଥିଲା । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସ୍ଥାନରେ ନବ ବିବାହିତ ଦମ୍ପତିମାନେ ଭୋଟ ଦେଇଛନ୍ତି ।

ନୈନିତାଲ ଜିଲ୍ଲାର ଲାଲ କୁଆଁ ବିଧାନସଭା ନିର୍ବାଚନମଣ୍ଡଳୀ ଡେଲିଆ ମତଦାନ କେନ୍ଦ୍ରରେ ନବବିବାହିତ ଦମ୍ପତି ମତଦାନ ସ୍ଥାନରେ ପହଞ୍ଚିଥିଲେ । ଏଠାରେ ବର କନ୍ୟା ଭୋଟ୍ ଦେଇ ଗଣତନ୍ତ୍ରର ଏହି ପର୍ବରେ ଭାଗ ନେଇଥିଲେ । ତେବେ ଏମାନେ ଗୁରୁବାର ରାତିରେ ବିବାହ କରିଥିଲେ ଏବଂ ଆଜି କନ୍ୟା ଶାଶୁ ଘରକୁ ଯିବା ପୂର୍ବରୁ ଭୋଟ୍ ଦେଇ ନିଜ କର୍ତ୍ତବ୍ୟ ପାଳନ କରିଛନ୍ତି ।

ସେହିପରି ହରିଦ୍ୱାର ଜିଲ୍ଲାର ପଥରୀ ପୋଲିସ ଷ୍ଟେସନ ଅଞ୍ଚଳର ଧନପୁର ନିବାସୀ ଶିବାନୀ ଗତକାଲି ରାତିରେ ବିବାହ କରିଥିଲେ । ଶାଶୁ ଘରକୁ ଯିବା ପୂର୍ବରୁ ଶିବାନୀ ତାଙ୍କ ସ୍ୱାମୀଙ୍କ ସହ ଆଜି ସକାଳେ ଭୋଟ୍ ଦେବାକୁ ଆସିଥିଲେ ଏବଂ ପରେ ତାଙ୍କ ଶାଶୁ ଘରକୁ ଯାଇଥିଲେ।

ପୌଢ଼ୀ ଜିଲ୍ଲାର କୋଟ ବିକାଶଖଣ୍ଡ ବ୍ଲକର ସରକାରୀ ପ୍ରାଥମିକ ବିଦ୍ୟାଳୟ ରଣକୋଟରେ ଏକ ଦମ୍ପତି ଭୋଟ୍ ଦେଇଥିଲେ । ଉଭୟ ବର ଏବଂ କନ୍ୟା ମତଦାନ ସ୍ଥାନରେ ପହଞ୍ଚି ଭୋଟ ଦେଇଥିଲେ । ତେହେରୀ ଜିଲ୍ଲାରେ ମଧ୍ୟ ବର ଏବଂ କନ୍ୟା ଭୋଟ୍ ଦେଇଥିଲେ। ସେହିଭଳି ଅନେକ ରାଜ୍ୟରେ ନବ ବିବାହିତ ଦମ୍ପତିମାନେ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍ ଦେଇଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.