Below header

କରୋନା ଯୋଗୁ ରାସ୍ତାଘାଟ ଶୂନ୍‌ଶାନ, ଘର ବାଲ୍‌କୋନିରେ ବାଜା ବଜାଇ ମନୋବଳ ଦୃଢ଼ କରାଉଛନ୍ତି ଇଟାଲିବାସୀ, କେହି କେହି ଗାଉଛନ୍ତି ଦେଶର ଜାତୀୟ ସଙ୍ଗୀତ

ଚୀନ ପରେ ବର୍ତ୍ତମାନ ଇଟାଲିରେ କରୋନା ଭାଇରସ୍‌ ଯୋଗୁ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ପୂରା ଦେଶରେ ଏବେ ଆତଙ୍କ ଖେଳିଯାଇଛି। ୬ କୋଟିରୁ ଅଧିକ ଲୋକ ଏକପ୍ରକାର ବନ୍ଦୀ ଅବସ୍ଥାରେ ଘର ଭିତରେ ରହିଛନ୍ତି। ତେବେ ଏହାରି ଭିତରେ ଇଟାଲିବାସୀଙ୍କ ମଧ୍ୟରେ ଜବରଦସ୍ତ ଜୋଶ୍‌ ଦେଖିବାକୁ ମିଳିଛି।

f2

ss

dd2

hg

ରୋମ, ମିଲାନ୍‌ ଏବଂ ସିସଲିରେ ଲୋକେ ନିଜ ନିଜ ଛାତ ଓ ବାଲ୍‌କୋନିରେ ଛିଡ଼ା ହୋଇ ଗୀତ ଗାଉଛନ୍ତି, ଯେପରି ଲୋକମାନଙ୍କର ଆତ୍ମବଳ କମି ନ ଯାଉ। ଏଥିରେ ସାଧାରଣ ଲୋକଙ୍କ ସହ ଇଟାଲିର ସେଲିବ୍ରିଟିମାନେ ମଧ୍ୟ ସାମିଲ ହୋଇଛନ୍ତି।

as

bn

bn

sd

କହି ରଖୁଛୁ, ଏମିତି ହିଁ ଦୃଶ୍ୟ କିଛି ତଳେ ବୁହାନରେ ଦେଖିବାକୁ ମିଳିଥିଲା। ମନୋବଳ ଦୃଢ଼ କରିବା ପାଇଁ ଲୋକେ ଗିଟାର, ବଇଁଶୀ, ଢପଲି ଏବଂ ଅନ୍ୟାନ୍ୟ ବାଦ୍ୟ ଯନ୍ତ୍ର ବଜାଉଛନ୍ତି। କିଛି ଲୋକ ନିଜ ଦେଶର ଜାତୀୟ ସଙ୍ଗୀତ ମଧ୍ୟ ଗାନ କରୁଛନ୍ତି। ଏହି ଅଭିଯାନରେ ପ୍ରତ୍ୟେକ ବର୍ଗର ଲୋକ ସାମିଲ ହୋଇଛନ୍ତି। କେହି କେହି ବାଲ୍‌କୋନିରେ ତାଳି ମାରୁଥିବାର ବି ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.