ରାଜ୍ୟ

ମୟୁରଭଞ୍ଜବାସୀଙ୍କ ସ୍ୱପ୍ନ ହେବ ପୂରଣ, ପ୍ରତିଷ୍ଠା ହେବ ରେଳ ଐତିହ୍ଯ ସଂଗ୍ରାଳୟ

ବାରିପଦା (କେନ୍ୟୁଜ) : ପୁଣି ଥରେ ଇତିହାସ ରଚିବ ମୟୁରଭଞ୍ଜ। ଦୀର୍ଘ ଦିନ ପରେ ପୂରଣ ହେବାକୁ ଯାଉଛି ମୟୁରଭଞ୍ଜ ବାସୀଙ୍କ ସ୍ୱପ୍ନ। ବାରିପଦା ଠାରେ ରାଜ୍ଯର ପ୍ରଥମ ଥର ପାଇଁ ପ୍ରତିଷ୍ଠା ହେବାକୁ ଯାଉଛି ରେଳ ଐତିହ୍ଯ ସଂଗ୍ରହାଳୟ। ଭଞ୍ଜବଂଶୀୟ ରାଜ ପରିବାରର କର୍ତ୍ତୀରାଜିକୁ ଦେଖିବାର ସୁଯୋଗ ପାଇବେ ମୟୁରଭଞ୍ଜବାସୀ।

ବାରିପଦା ଠାରେ ପ୍ରତିଷ୍ଠା ହେବ ରାଜ୍ଯର ପ୍ରଥମ ରେଳ ସଂଗ୍ରାହାଳୟ। ମୟୁରଭଞ୍ଜ ରାଜ୍ୟର ପ୍ରଜାବତ୍ସଳ ମହାରାଜା ମାନଙ୍କ ରେଳ ଇତିହାସ ଗର୍ଭରେ ହଜିଯାଉଥିବା ଐତିହ୍ୟକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ବାରିପଦା ରେଳ ଷ୍ଟେସନରେ ପ୍ରତିଷ୍ଠା ହେବାକୁ ଯାଉଛି ରେଳ ଐତିହ୍ୟ ମ୍ୟୁଜିୟମ। ସ୍ୱାଧୀନତାର ବହୁ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାରେ ରାଜ୍ୟରେ ପ୍ରଥମ ଥର କରି ଆରମ୍ଭ ହୋଇଥିଲା ରେଳ ସେବା। ଥିଲା କୋଇଲା ଇଞ୍ଜିନ ଆଉ ଥିଲା କାଠ ଡବା। ସେହି ପୂର୍ବପୁରୁଷଙ୍କ କୀର୍ତ୍ତିରାଜୀକୁ ସାଁଉଟି ଧରି ପରପିଢିର ଦାୟଦ ମାନଙ୍କୁ ପ୍ରରଣା ଯୋଗାଇବ ଏହି ରେଳ ମ୍ୟୁଜିୟମ।

ସେଦିନ ଥିଲା 1904 ମସିହା ଡିସେମ୍ବର ମାସ 2 ତାରିଖ। ଥିଲା ଇତିହାଶର ସ୍ୱର୍ଣ୍ଣିମ ଦିବସ। ଏହି ଦିନ ମୟୁରଭଞ୍ଜ ଜିଲ୍ଲାର ତତ୍କାଳୀନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରଚେଷ୍ଟାରେ ବାରିପଦା ଠାରୁ ରୁପସା ପର୍ଯ୍ୟନ୍ତ ଗଡିଥିଲା ପ୍ରଥମ ରେଳ। ଆରମ୍ଭ ହୋଇଥିଲା ମୟୁରଭଞ୍ଜ ଷ୍ଟେଟ୍‌ ଲାଇଟ ରେଲୱେ। ଏହି ଅବସରରେ ବାରିପଦା ଠାରେ ଉପସ୍ଥିତ ଥିଲେ ବେଙ୍ଗଲର ଲେଫଟେନେଣ୍ଟ ଗଭର୍ନର ସାର ଏଣ୍ଡର‍୍ୟୁ ଫ୍ରେଜର ଓ ତାଙ୍କ ସ୍ତ୍ରୀ। ତାଙ୍କ ସହ ଉପସ୍ଥିତ ଥିଲେ ବିଏନ୍‌ଆର୍‌ ବେଙ୍ଗଲ ନାଗପୁର ରେଳ ଡିଭିଜନର ମୁଖ୍ଯ ଯନ୍ତ୍ରୀ ଟି. ଆର୍‌. ୱାନି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଉପସ୍ଥିତିରେ ରେଳ ସେବାର ଶୁଭାରମ୍ଭ କରିଥିଲେ ସାର ଏଣ୍ଡର‍୍ୟୁ ଫ୍ରେଜର। ଦେଶରେ ଥିବା ଖଣିଜ ପଦାର୍ଥ ଓ ପ୍ରାକୃତିକ ସମ୍ପଦର ବ୍ଯବସାୟୀକ ଦୃଷ୍ଟି କୋଣରୁ ଆର୍ଥିକ ଅଭିବୃଦ୍ଧିକୁ ଲକ୍ଷ ରଖି ମୟୁରଭଞ୍ଜରେ ଆରମ୍ଭ ହୋଇଥିଲା ଏହି ରେଳ ସେବା।

ଏହି ରେଳ ପ୍ରକଳ୍ପ ପାଇଁ ୧୯୦୦ ମସିହାରେ ବିଏନ୍‌ଆର୍‌ ବେଙ୍ଗଲ ନାଗପୁର ରେଳ ଡିଭିଜନ ସହ ଯୋଗାଯୋଗ କରିବା ପାଇଁ ପ୍ରସ୍ତାବିତ ହୋଇଥିଲା । ବାରିପଦା ଠାରୁ ରୁପସା ୩୨ ମାଇଲ ଏହି ରେଳ ଧାରଣା ପାଇଁ ଖର୍ଚ୍ଚ ହୋଇଥିଲା ୫ ଲକ୍ଷ ୭୫ ହଜାର ଟଙ୍କା। ଚାଲିଲା କୋଇଲା ଇଞ୍ଜିନ ଲାଗିଲା କାଠ ତିଆରି ସୁନ୍ଦର ଡବା। ପରବର୍ତ୍ତୀ ସମୟରେ ଦେଶ ସ୍ୱାଧୀନ ହେବା ପରେ ଏହି ରେଳ ସେବା ଯାଇଥିଲା ଦକ୍ଷିଣ ପୂର୍ବ ରେଳ ଡିଭିଜନ ଅଧିନକୁ। ବଦଳିଲା ଋପରେଖ। ନେରଗେଜ୍‌ ର କୋଇଲା ଇଞ୍ଜିନରୁ ହେଲା ଡିଜେଲ ଇଞ୍ଜିନ ଏବଂ ପରବର୍ତ୍ତୀ ସମୟରେ ଏହି ନେରଗଜ୍‌ ପରିଣତ ହେଲା ବ୍ରଡ୍‌ଗଜକୁ।

ମାତ୍ର ଏହାରି ମଧ୍ୟରେ ସେହି ଐତିହ୍ୟ ରେଳ ଇଞ୍ଜିନ ଓ ରେଳ ଡବା ବାରିପଦା ଷ୍ଟେସନରେ ଏଣେତେଣେ ପଡି ରହି ନଷ୍ଟ ହେବାକୁ ଲାଗିଲା। ଏପରିକି ଏହି ରେଳ ଇଞ୍ଜିନ କୁ ରେଳ ବିଭାଗ ପକ୍ଷରୁ ଖଡକପୁର ଓ କଲିକତାକୁ ନେଇ ସଂରକ୍ଷଣ କରାଗଲା। ମାତ୍ର ମୟୁରଭଞ୍ଜ ଜିଲ୍ଲାର ଐତିହ୍ୟକୁ ମୟୁରଭଞ୍ଜ ଜିଲ୍ଲାରେ ସାଇତି ରଖିବାକୁ ଦାବି ଜୋର ଧରିଲା। ଏହାକୁ ନେଇ ଆନ୍ଦୋଳନ ମଧ୍ୟ କରାଗଲା। ଶେଷରେ ସେହି ଐତିହ୍ୟକୁ ସାଉଁଟି ରଖିବାକୁ ପ୍ରୟାସ ଜାରି ହେଲା। ଆଉ ପ୍ରତିଷ୍ଠା ହେବାକୁ ଯାଉଛି ସେହି ରେଳ ଐତିହ୍ୟ ସଂଗ୍ରହାଳୟ। ଯାହାକୁ ନେଇ ଭଞ୍ଜବଂଶୀୟ ରାଜ ପରିବାର ଠାରୁ ଜିଲ୍ଲାବାସୀ ବେସ୍‌ ଉତ୍ସାହିତ ଅଛନ୍ତି।

ଏହି ସଂଗ୍ରହାଳୟ ପାଇଁ ଜିଲ୍ଲାର ଯୁବଛାତ୍ର ସଂଗଠନ ଭସେନା ପକ୍ଷରୁ ବାରମ୍ବାର ଦାବି କରି ଆନ୍ଦୋଳନ ମଧ୍ୟ କରାଯାଇଛି। ଏପରିକି ଜିଲ୍ଲାର ସମସ୍ତ ନାଗରିକ ଏହି ଦାବିକୁ ସମର୍ଥନ ଜଣାଇ ଆନ୍ଦୋଳନକୁ ଓହ୍ଲାଇବାକୁ ମଧ୍ୟ ପଛାଇ ନାହାଁନ୍ତି। ମାତ୍ର ଏବେ ସେହି ସ୍ୱପ୍ନ ସାକାର ହେବାକୁ ଯାଉଛି। ଯାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ସ୍ୱାଧୀନତା ପ୍ରାପ୍ତିର ବହୁ ପୂର୍ବରୁ ମୟୁରଭ ରାଜ୍ୟର ତତ୍କାଳୀନ ମହାରାଜା ମାନେ ଇତିହାସ ଗର୍ଭରେ ହଜିଯାଉଥିବା ଐତିହ୍ଯକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ଯରେ ୧୯୦୫ ମସିହାରେ ମୟୁରଭଞ୍ଜ ମାଟିରେ ପ୍ରତିଷ୍ଠା କରିଥିଲେ ଏହି ସଂଗ୍ରାହାଳୟ। କଳା ଓ ସଂସ୍କୃତିର ପରିଚୟ ନେଇ ଆଜି ମଧ୍ୟ ବିଶ୍ୱ ଦରବାରରେ ଗର୍ବିତ ଏହି ମୟୁରଭଞ୍ଜ ଜିଲ୍ଲା। ଏହି ମୟୁରଭଞ୍ଜ ମାଟିର ଜନ୍ମିତ ବହୁ ବୀରପୁରୁଷଙ୍କୁ ନେଇ ଗର୍ବିତ ଆମ ଦେଶ। ଆଉ ତାଙ୍କରି କୀର୍ତ୍ତିରାଜୀକୁ ଦେଖିବାକୁ ସୁଯୋଗ ପାଇବାକୁ ପ୍ରତିଷ୍ଠା ହୋଇଥିଲା ସଂଗ୍ରହାଳୟ। ଏବେ ପୁଣି ରେଳ ଇତିହାସକୁ ଜାଣିବାର ସୁଯୋଗ ଆଣୁଛି ଏହି ରେଳ ଐତିହ୍ୟ ସଂଗ୍ରହାଳୟ।

Pritiparna

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

15 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

16 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

57 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago