କଳାହାଣ୍ଡି(କେନ୍ୟୁଜ୍): ଜୁନାଗଡ଼ ଥାନା ଜାରିଂରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ନୂଆମୋଡ଼। ବସ୍ ଡ୍ରାଇଭର ଲଳିତେନ୍ଦ୍ର ଶବର ହିଁ ମୁଖ୍ୟ ଖଳନାୟକ ବୋଲି କହିଛନ୍ତି ପୀଡିତା। ଏନେଇ ପୀଡ଼ିତା ଏକ ୱେବ ଚ୍ୟାନେଲକୁ ସୂଚନା ଦେଇଛନ୍ତି। ଏ ସଂପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି। ନଚେତ୍ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ପୀଡ଼ିତା । ଗତ ୧୪ ତାରିଖରେ ଜାରିଂରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ପୋଲିସ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଅଛି । ୪ଜଣଙ୍କୁ ଦୁଷ୍କର୍ମ ଅଭିଯୁକ୍ତ ଭାବେ ଓ ୩ ଜଣଙ୍କୁ ଭିଡ଼ିଓ ଭାଇରାଲ ପାଇଁ ଗିରଫ କରାଯାଇଛି।
ନିକଟରେ ଏକ ଗଣମାଧ୍ୟମକୁ ପୀଡ଼ିତା କହିଛନ୍ତି, ରାଜସାକ୍ଷୀ ପାଲଟିଥିବା ଲଳିତେନ୍ଦ୍ର ଶବର ଘଟଣାଦିନ ତାଙ୍କୁ ବାଇକରେ ଲିଫ୍ଟ ଦେଇଥିଲା । ବାଟରେ ଜଙ୍ଗଲ ରାସ୍ତାରେ ସେ ବାଇକ ଅଟକାଇବାରୁ ୬ ଜଣ ଯୁବକ ଆସି ତାଙ୍କୁ ଉଠାଇନେଇଥିଲେ । ପ୍ରଥମେ ଲଳିତେନ୍ଦ୍ର ଓ ପରେ ଅନ୍ୟ ୬ ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ଉତ୍ତୋଳନ କରିଥିଲେ । ହେଲେ ଏଯାଏ ଲଳିତେନ୍ଦ୍ରକୁ ଗିରଫ କରା ନଯିବାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି । ସେପଟେ ଜୁନାଗଡ଼ ଥାନା ଆଇଆଇସି କହିଛନ୍ତି, ଡ୍ରାଇଭର ଲଳିତେନ୍ଦ୍ର ନାଁ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତା ଏତଲାରେ ଲେଖିନଥିଲେ । ବୟାନ ରେକର୍ଡ ବେଳେ ମଧ୍ୟ ଏବାବଦରେ କିଛି କହିନଥିଲେ । ଏଥିପାଇଁ ତାକୁ ରାଜସାକ୍ଷୀ କରାଯାଇଥିଲା । ହେଲେ ଏବେ ପୀଡ଼ିତା ଭିନ୍ନ ଅଭିଯୋଗ ଆଣୁଥିବାରୁ ଏହାର ସତ୍ୟତା ଅନୁଧ୍ୟାନ କରି ପୋଲିସ ପଦକ୍ଷେପ ନେବ ବୋଲି ସେ କହିଛନ୍ତି । ସେପଟେ ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଦୋଷୀ ଯିଏବି ହେଉ କାହାକୁ ଛ଼ଡାଯିବ ନାହିଁ ବୋଲି ବୋଲି ସେ କହିଛନ୍ତି।
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…