Categories: ରାଜ୍ୟ

କୂଅରୁ ଦୁଇ ଭଉଣୀଙ୍କ ମୃତଦେହ ମିଳିବା ଘଟଣାର ନୂଆମୋଡ଼, ଦୁଇ ଝିଅଙ୍କୁ ବିଷ ଦେଇ ହତ୍ୟା କରିଛି ବାପା

ଆର.ଉଦୟଗିରି(କେନ୍ଯୁଜ୍) : ଆର.ଉଦୟଗିରି ଛେଳିଗଡ଼ ଗାଁରେ କୂଅ ଭିତରୁ ଦୁଇ ଭଉଣୀଙ୍କ ମୃତ ଦେହ ମିଳିବା ଘଟଣାର ନୂଆମୋଡ଼ । ଏହା ଆତ୍ମହତ୍ୟା ନୁହଁ, ହତ୍ୟା । ଦୁଇ ଝିଅଙ୍କୁ ବିଷ ଦେଇ ହତ୍ୟା କରିଛି ବାପା । ପୋଲିସ ଆଗରେ ଅଭିଯୁକ୍ତ ବାପା ନିଜର ଦୋଷ ସ୍ୱୀକାର କରିଛି । ଦୁଇ ଝିଅଙ୍କୁ ବିଷ ପିଇବା ପାଇଁ ବାପା ବାଧ୍ୟ କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି । ପୋଲିସ ବାପା, ମାଆ ଓ ଚତୁର୍ଥ ଝିଅର ସ୍ୱାମୀ ଗଣେଶ ସାହୁଙ୍କୁ ଅଟକ ରଖି ପଚରାଉଚରା କରୁଛି । ବିବାହ ପ୍ରସ୍ତାବ ଭାଙ୍ଗି ଯିବାରୁ ଦୁଇ ଝିଅ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା, ପୂର୍ବରୁ ବାପା ପ୍ରମୋଦ ଆଚେରୀ କହିଥିଲେ । ମାତ୍ର ପ୍ରମୋଦଙ୍କ ଗତିବିଧି ଉପରେ ସନ୍ଦେହ ହେବାରୁ, ତାଙ୍କୁ ପଚରାଉଚରା କରିବା ପରେ ସେ ତାଙ୍କ ଦୋଷ ସ୍ୱୀକାର କରିଛନ୍ତି ।

ପ୍ରମୋଦଙ୍କର ୫ ଝିଅ । ବଡ଼ ଝିଅ ସ୍ୱାମୀ ନିର‌୍ୟାତନା ସହିନପାରି ଆତ୍ମହତ୍ୟା କରିଛନ୍ତି । ଦ୍ୱିତୀୟ ଝିଅ ଗୋଳନ୍ଥରାରେ ବିବାହ କରିଛନ୍ତି । ଚତୁର୍ଥ ଝିଅ ଅନ୍ୟ ଜାତିରେ ବିବାହ କରିଛନ୍ତି । ତୃତୀୟ ଝିଅର ବିବାହ ଠିକ୍‌ ହୋଇଥିବା ବେଳେ, ଚତୁର୍ଥ ଝିଅର ସ୍ୱାମୀ ଗଣେଶ ସାହୁ ବିବାହ ଭାଙ୍ଗି ଦେଇଥିଲେ । ଏହି ବିବାହ ଭାଙ୍ଗିଯିବା ପରେ ବାପା ଓ ମାଆ ଭାଙ୍ଗି ପଡ଼ିଥିଲେ । ଫଳରେ ବଦନାମ ଭୟରେ ଦୁଇ ଝିଅଙ୍କୁ ବିଷ ପିଇ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ ।

KNews Bureau

Recent Posts

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

16 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago