Below header

କୂଅରୁ ଦୁଇ ଭଉଣୀଙ୍କ ମୃତଦେହ ମିଳିବା ଘଟଣାର ନୂଆମୋଡ଼, ଦୁଇ ଝିଅଙ୍କୁ ବିଷ ଦେଇ ହତ୍ୟା କରିଛି ବାପା

ଆର.ଉଦୟଗିରି(କେନ୍ଯୁଜ୍) : ଆର.ଉଦୟଗିରି ଛେଳିଗଡ଼ ଗାଁରେ କୂଅ ଭିତରୁ ଦୁଇ ଭଉଣୀଙ୍କ ମୃତ ଦେହ ମିଳିବା ଘଟଣାର ନୂଆମୋଡ଼ । ଏହା ଆତ୍ମହତ୍ୟା ନୁହଁ, ହତ୍ୟା । ଦୁଇ ଝିଅଙ୍କୁ ବିଷ ଦେଇ ହତ୍ୟା କରିଛି ବାପା । ପୋଲିସ ଆଗରେ ଅଭିଯୁକ୍ତ ବାପା ନିଜର ଦୋଷ ସ୍ୱୀକାର କରିଛି । ଦୁଇ ଝିଅଙ୍କୁ ବିଷ ପିଇବା ପାଇଁ ବାପା ବାଧ୍ୟ କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି । ପୋଲିସ ବାପା, ମାଆ ଓ ଚତୁର୍ଥ ଝିଅର ସ୍ୱାମୀ ଗଣେଶ ସାହୁଙ୍କୁ ଅଟକ ରଖି ପଚରାଉଚରା କରୁଛି । ବିବାହ ପ୍ରସ୍ତାବ ଭାଙ୍ଗି ଯିବାରୁ ଦୁଇ ଝିଅ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା, ପୂର୍ବରୁ ବାପା ପ୍ରମୋଦ ଆଚେରୀ କହିଥିଲେ । ମାତ୍ର ପ୍ରମୋଦଙ୍କ ଗତିବିଧି ଉପରେ ସନ୍ଦେହ ହେବାରୁ, ତାଙ୍କୁ ପଚରାଉଚରା କରିବା ପରେ ସେ ତାଙ୍କ ଦୋଷ ସ୍ୱୀକାର କରିଛନ୍ତି ।

sister1ପ୍ରମୋଦଙ୍କର ୫ ଝିଅ । ବଡ଼ ଝିଅ ସ୍ୱାମୀ ନିର‌୍ୟାତନା ସହିନପାରି ଆତ୍ମହତ୍ୟା କରିଛନ୍ତି । ଦ୍ୱିତୀୟ ଝିଅ ଗୋଳନ୍ଥରାରେ ବିବାହ କରିଛନ୍ତି । ଚତୁର୍ଥ ଝିଅ ଅନ୍ୟ ଜାତିରେ ବିବାହ କରିଛନ୍ତି । ତୃତୀୟ ଝିଅର ବିବାହ ଠିକ୍‌ ହୋଇଥିବା ବେଳେ, ଚତୁର୍ଥ ଝିଅର ସ୍ୱାମୀ ଗଣେଶ ସାହୁ ବିବାହ ଭାଙ୍ଗି ଦେଇଥିଲେ । ଏହି ବିବାହ ଭାଙ୍ଗିଯିବା ପରେ ବାପା ଓ ମାଆ ଭାଙ୍ଗି ପଡ଼ିଥିଲେ । ଫଳରେ ବଦନାମ ଭୟରେ ଦୁଇ ଝିଅଙ୍କୁ ବିଷ ପିଇ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.