Below header

ରାଜଧାନୀରେ ଚାଞ୍ଚଲ୍ୟ, କାର୍‌ ଭିତରୁ ମହିଳାଙ୍କ ମୃତଦେହ ଠାବ

ଭୁବନେଶ୍ୱର(କେନ୍ଯୁଜ୍) : ଲିଙ୍ଗରାଜ ଥାନା ଶ୍ରୀରାମନଗର ଅଞ୍ଚଳରେ ରାସ୍ତା କଡରେ ଛିଡା ହୋଇଥିବା ଏକ କାର୍‌ ଭିତରୁ ମହିଳାଙ୍କ ମୃତଦେହ ଠାବ ହୋଇଛି। କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। କାରରୁ ଜମିଜମା କାଗଜ ଓ ଫ୍ୟାମିଲି ଫଟୋ ଜବତ କରାଯାଇଛି। ତେବେ ମୃତକ ମହିଳା ଜଣକ କିଏ ଓ କେଉଁଠୁ ଆସିଲେ ସେନେଇ କିଛି ସ୍ପଷ୍ଟ ହୋଇନି। ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ପାରିପର୍ଶ୍ବିକ ପରିସ୍ଥିତିରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.