ଅପରେସନ ପରୀ-ଟୁ, ମହାରାଷ୍ଟ୍ରରୁ ୧୧ ଜଣ ନିଖୋଜ ଶିଶୁ ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍) : ଅପରେସନ ପରୀ-ଟୁ ଅଭିଯାନରେ ମହାରାଷ୍ଟ୍ରରୁ ଉଦ୍ଧାର ୧୧ ନିଖୋଜ ଶିଶୁଙ୍କୁ ଓଡ଼ିଶା ଅଣାଯାଇଛି । ଏହି ଅଭିଯାନ ପାଇଁ ୯ ଜଣିଆ ଟିମ୍‌ ମହାରାଷ୍ଟ୍ର ଯାଇଥିଲା । ସେମାନେ ବିଭିନ୍ନ ସ୍ଥାନରୁ ୧୧ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲେ । ସେଥିରେ ଗଜପତି ଜିଲ୍ଲାରୁ ୬ଜଣ, ମାଲକାନଗିରିରୁ ୨ ଜଣ, କଟକ ଓ ରାଉରକେଲାରୁ ଜଣେ ଲେଖାଏଁ ଶିଶୁ ଅଛନ୍ତି । ଉଦ୍ଧାର ପରେ ସେମାନଙ୍କୁ ଓଡ଼ିଶାକୁ ଅଣାଯାଇଛି । ଅପରେସନ ପରୀ-ଟୁ କ୍ୟାମ୍ପେନ ପାଇଁ ୮ଟି ଟିମ ଗଠନ କରାଯାଇଛି । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର,ଦିଲ୍ଲୀ ଓ ତାମିଲନାଡୁକୁ ପିଲାଙ୍କୁ ଉଦ୍ଧାର କରିବା ପାଇଁ ଟିମ ଯାଇଥିଲା ।  ଅପରେସନ ମୁସ୍କାନ ଓ ଅପରେସନ ଖୁସି ପରେ ଓଡ଼ିଶା ପୋଲିସ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମିଳିତ ସହଯୋଗରେ ଅପରେସନ ପରୀ-ଟୁ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.