ରାଜ୍ୟ

ସରକାରୀ ସ୍କୁଲର ନୂଆ ନିୟମ, ଏବେ ସ୍କୁଲ ଛୁଟି ସମୟରେ ବି ହେବ ପ୍ରାର୍ଥନା

ଭୁବନେଶ୍ବର (କେନ୍ୟୁଜ୍‌) : ଏଣିକି ରାଜଧାନୀରେ ଥିବା ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ପ୍ରତିଦିନ ବିଦ୍ୟାଳୟରେ ଦୁଇ ଥର ପ୍ରାର୍ଥନା କରାଯିବ। ଏବେ ସକାଳ ୧୦ଟାରେ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପହଞ୍ଚିବା ପରେ ପ୍ରାର୍ଥନା କରୁଛନ୍ତି।

ସ୍କୁଲ ଘଣ୍ଟି ବାଜିବା ପରେ ସମସ୍ତ ଛାତ୍ରଛାତ୍ରୀ କ୍ୟାମ୍ପସରେ ଏକାଠି ହୋଇ ପ୍ରାର୍ଥନା କରିବେ। ଏହାସହିତ ନିଜ ନିଜ ବିଷୟରେ ପଦେ ଲେଖାଏ କହିବେ। ଏପରି କଲେ ପିଲାମାନେ ଶୃଙ୍ଖଳିତ ହେବା ସହ ସେମାନେ ସୁରକ୍ଷିତ ଭାବେ ଘରକୁ ଯାଇପାରିବେ ବୋଲି କୁହାଯାଉଛି। ଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏହାକୁ ପ୍ରାରମ୍ଭିକ ଭାବେ ଭୁବନେଶ୍ବରରେ ଲାଗୁ କରାଯାଉଛି। ସଫଳତା ମିଳିବା ପରେ ସାରା ରାଜ୍ୟରେ ଲାଗୁ କରାଯିବ।

ଏହି ନିୟମ ଲାଗୁ କରିବାର ମୁଖ୍ୟ କାରଣ ହେଉଛି ସ୍କୁଲ ଛୁଟି ପରେ ପିଲାମାନେ ବ୍ୟାଗ୍ ଧରି ତୁରନ୍ତ ଘରକୁ ଦୌଡନ୍ତି। ଅଧିକାଂଶ ସ୍କୁଲ ରାସ୍ତା ପାର୍ଶ୍ବରେ ହୋଇଥିବାରୁ ଛାତ୍ରଛାତ୍ରୀ ଆଗପଛ ହୋଇ ଯିବା ଦ୍ବାରା ଦୁର୍ଘଟଣା ହେବାର ଆଶଙ୍କା ରହିବା ସହିତ ଦୁର୍ଘଟଣା ମଧ୍ୟ ଘଟୁଛି। କିନ୍ତୁ ଅପରାହ୍ନ ୪ଟାରେ ପ୍ରାର୍ଥନା କରାଯିବା ଦ୍ବାରା ପିଲାମାନେ ଯେତେବେଳେ ଯିବେ ଏକାଠି ହୋଇ ସୁରକ୍ଷିତ ଭାବେ କ୍ୟାମ୍ପସ ବାହାରକୁ ଯିବା ସହ ରାସ୍ତାରେ ସୁରକ୍ଷିତ ଭାବରେ ପାର ହୋଇପାରିବେ।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

6 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

9 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

9 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

9 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

10 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

12 hours ago