ସରକାରୀ ସ୍କୁଲର ନୂଆ ନିୟମ, ଏବେ ସ୍କୁଲ ଛୁଟି ସମୟରେ ବି ହେବ ପ୍ରାର୍ଥନା

ଭୁବନେଶ୍ବର (କେନ୍ୟୁଜ୍‌) : ଏଣିକି ରାଜଧାନୀରେ ଥିବା ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ପ୍ରତିଦିନ ବିଦ୍ୟାଳୟରେ ଦୁଇ ଥର ପ୍ରାର୍ଥନା କରାଯିବ। ଏବେ ସକାଳ ୧୦ଟାରେ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପହଞ୍ଚିବା ପରେ ପ୍ରାର୍ଥନା କରୁଛନ୍ତି।

studentସ୍କୁଲ ଘଣ୍ଟି ବାଜିବା ପରେ ସମସ୍ତ ଛାତ୍ରଛାତ୍ରୀ କ୍ୟାମ୍ପସରେ ଏକାଠି ହୋଇ ପ୍ରାର୍ଥନା କରିବେ। ଏହାସହିତ ନିଜ ନିଜ ବିଷୟରେ ପଦେ ଲେଖାଏ କହିବେ। ଏପରି କଲେ ପିଲାମାନେ ଶୃଙ୍ଖଳିତ ହେବା ସହ ସେମାନେ ସୁରକ୍ଷିତ ଭାବେ ଘରକୁ ଯାଇପାରିବେ ବୋଲି କୁହାଯାଉଛି। ଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏହାକୁ ପ୍ରାରମ୍ଭିକ ଭାବେ ଭୁବନେଶ୍ବରରେ ଲାଗୁ କରାଯାଉଛି। ସଫଳତା ମିଳିବା ପରେ ସାରା ରାଜ୍ୟରେ ଲାଗୁ କରାଯିବ।

prayerଏହି ନିୟମ ଲାଗୁ କରିବାର ମୁଖ୍ୟ କାରଣ ହେଉଛି ସ୍କୁଲ ଛୁଟି ପରେ ପିଲାମାନେ ବ୍ୟାଗ୍ ଧରି ତୁରନ୍ତ ଘରକୁ ଦୌଡନ୍ତି। ଅଧିକାଂଶ ସ୍କୁଲ ରାସ୍ତା ପାର୍ଶ୍ବରେ ହୋଇଥିବାରୁ ଛାତ୍ରଛାତ୍ରୀ ଆଗପଛ ହୋଇ ଯିବା ଦ୍ବାରା ଦୁର୍ଘଟଣା ହେବାର ଆଶଙ୍କା ରହିବା ସହିତ ଦୁର୍ଘଟଣା ମଧ୍ୟ ଘଟୁଛି। କିନ୍ତୁ ଅପରାହ୍ନ ୪ଟାରେ ପ୍ରାର୍ଥନା କରାଯିବା ଦ୍ବାରା ପିଲାମାନେ ଯେତେବେଳେ ଯିବେ ଏକାଠି ହୋଇ ସୁରକ୍ଷିତ ଭାବେ କ୍ୟାମ୍ପସ ବାହାରକୁ ଯିବା ସହ ରାସ୍ତାରେ ସୁରକ୍ଷିତ ଭାବରେ ପାର ହୋଇପାରିବେ।