Below header

ସମସ୍ତଙ୍କ ମୁହଁରେ ହସ ଫୁଟାଇଥିବା ଜୟୀ ଭାଇଙ୍କୁ ମିଳିଲା ଷ୍ଟାର୍‌ ଫିଲ୍ମ ଆଓ୍ଵାର୍ଡ଼

ଭୁବନେଶ୍ୱର (କେ ନ୍ୟୁଜ୍‌) : ବର୍ଷ ବର୍ଷ ଧରି ନିଜ ଅଭିନୟ ଜରିଆରେ ଲୋକଙ୍କୁ ହସେଇ ହସେଇ ବେଦମ କରିଥିବା ଜୟୀରାମ ସାମଲଙ୍କୁ ପ୍ରଦାନ କରାଯାଇଛି ଜୀବନ ବ୍ୟାପୀ ସାଧନା ପାଇଁ ଷ୍ଟାର ଫିଲ୍ମ ଆଓ୍ଵାର୍ଡ । ଗତକାଲି ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ସମସ୍ତଙ୍କର ପ୍ରିୟ ଜୟୀ ଭାଇଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

JAIRAM SAMAL-2

ଜୟୀଙ୍କ ସମେତ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ମୁସୀର, ନିର୍ଦ୍ଦେଶକ ରମେଶ ମହାନ୍ତି ଓ ସିନେ କ୍ରିଟିକ୍‌ ଆସୋସିଏସନ୍‌ର ଦିଲ୍ଲୀପ ହାଲ୍ଲୀଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଥିବା ପ୍ରତିଭାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

JAIRAM SAMAL-3

ଓଡିଶାର ଛଅ ଜଣ ଚଳଚ୍ଚିତ୍ର ପ୍ରଯୋଜକଙ୍କ ମିଳିତ ଉଦ୍ୟମରେ ଷ୍ଟାର ଫିଲ୍ମ ଆଓ୍ଵାର୍ଡ ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ସେମାନେ ହେଲେ ରମେଶ ବାରିକ, ଲୁଟୁ ମହାନ୍ତି, ରବିନ୍ଦ୍ର ନାଥ ପଣ୍ଡା, ଶ୍ରୀଧର ମାର୍ଥା, ଲୋକନାଥ ଦାସ, ଅତିଶ କୁମାର ରାଉତ । ଏହି ମଞ୍ଚରେ ଯୁବ କଳାକାର ରାକେଶ ବିଶ୍ୱାଳ ଭାଓଲିନ ପରିବେଷଣ କରିଥିଲେ । ରାକେଶଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।

JAIRAM SAMAL-4

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.