ହୋଲଡିଂ ଟିକସ ଆଦାୟ କରି ଚର୍ଚ୍ଚାରେ କିନ୍ନର, ୪ ଦିନରେ ଆଦାୟ କଲେ ସାଢେ ୭ଲକ୍ଷ

ଭୁବନେଶ୍ୱର(କେନ୍ୟୁଜ୍‌): ହୋଲଡିଂ ଟିକସ ଆଦାୟ କରିବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ଚଳାଇଥିବା ଗୋଟିରେ ସଫଳତା ମିଳୁଛି। ଦୀର୍ଘ ବର୍ଷ ହେଲା ହୋଲଡିଂ ଟିକସ ଫାଙ୍କି ଆସୁଥିବା ଲୋକଙ୍କ ଘରକୁ କିନ୍ନର ପଠାଇ ଟିକସ ଆଦାୟ କରିବାରେ ସଫଳ ହୋଇଛି। ୪ଦିନରେ କିନ୍ନର ଗୋଷ୍ଠୀ ୭ଲକ୍ଷ ୫୨ ହଜାର ୮୭୨ ଟଙ୍କା ହୋଲଡିଂ ଟିକସ ଆଦାୟ କରିବାରେ ସଫଳ ହୋଇଛନ୍ତି।

ବିଏମ୍‌ସ ଡେପୁଟି କମିସନର ଶ୍ରୀମନ୍ତ ମିଶ୍ରଙ୍କ ସୂଚନା ଅନୁଯାୟୀ, ୧୦ ହଜାରରୁ ଅଧିକ ଟଙ୍କା ବାକି ଥିବା ହୋଲଡିଂ ଟିକସ ପାଇଁ ଲୋକଙ୍କ ଘର ଏବଂ କାର୍ଯ୍ୟାଳୟକୁ କିନ୍ନରମାନଙ୍କୁ ପଠାଯାଉଛି। ସେମାନେ ବିଭିନ୍ନ ଓ୍ଵାର୍ଡର ଟିକସ ବାକି ରଖିଥିବା ଲୋକଙ୍କୁ ଅନୁରୋଧ କରି ଏବଂ ଆଶୀର୍ବାଦ ଦେଇ ଟିକସ ଆଦାୟ କରୁଛନ୍ତି। ପ୍ରଥମ ଦିନରେ ଏହି ଗୋଷ୍ଠୀ ୬୬ ହଜାର, ଦ୍ୱିତୀୟ ଦିନରେ ୧୨ ହଜାର, ତୃତୀୟ ଦିନରେ ୨ଲକ୍ଷ ୭୩ ହଜାର ଏବଂ ଚତୁର୍ଥ ଦିନରେ ୪ ଲକ୍ଷ ୧ହଜାର ୮୭୨ଟଙ୍କା ଆଦାୟ କରିଛନ୍ତି। ସେହିପରି ବିଭିନ୍ନ ଅଞ୍ଚଳର ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ମଧ୍ୟ ଟିକସ ଆଦାୟରେ ନିୟୋଜିତ କରାଯାଇଛି।

ଶ୍ରୀମନ୍ତ ମିଶ୍ରଙ୍କ ସୂଚନା ଅନୁଯାୟୀ ଏହି କାର୍ଯ୍ୟ ପାଇଁ କିନ୍ନରମାନଙ୍କୁ ଦରମା ଦିଆଯିବନାହିଁ। ସେମାନେ ଯେତେ ଟଙ୍କା ଆଦାୟ କରିବେ ତା ଉପରେ କମିସନ ପାଇବେ। ଏଥିପାଇଁ କିନ୍ନରମାନଙ୍କୁ ସ୍ୱତନ୍ତ୍ର ୟୁନିଫର୍ମ, ବ୍ୟାଚ ଓ ପରିଚୟ ପତ୍ର ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.