ରାଜ୍ୟ

ପଛୁଆ ବର୍ଗଙ୍କ ବିକାଶକୁ ଫୋକସ: ଆଜିଠୁ ଆରମ୍ଭ ହେବ ଓବିସି ସର୍ଭେ

(କେନ୍ୟୁଜ): ଆଜିଠୁ ରାଜ୍ୟବ୍ୟାପୀ ଆରମ୍ଭ ହେବ ପଛୁଆ ବର୍ଗଙ୍କ ସର୍ଭେ । ଆସନ୍ତା ୨୭ ତାରିଖ ଯାଏ ସର୍ଭେ ଚାଲିବ । ପ୍ରତି ଗାଁରେ ଉଭୟ ଅଫଲାଇନ୍‌ ଓ ଅନଲାଇନରେ ଓବିସିଙ୍କ ସର୍ଭେ କରାଯିବ । ଏଥିପାଇଁ ପ୍ରତି ଓ୍ଵାର୍ଡରେ ଏନୁମରେଟର ସେଣ୍ଟର ଖୋଲାଯିବାକୁ ବ୍ୟବସ୍ଥା ହୋଇଛି । ୨୭ ଦିନ ଧରି ଚାଲିବାକୁ ଥିବା ଏହି ସର୍ଭେରେ ଆଜିଠାରୁ ୨୦ ତାରିଖ ଯାଏ ସବୁ ଅଞ୍ଚଳରେ ସର୍ଭେ କରାଯିବ । ଏହାପରେ ମେ ୨୧ରୁ ୨୭ ଯାଏ ସ୍ୱତନ୍ତ୍ର ଡ୍ରାଇଭ କରାଯିବ ।

ଜଣେ ବ୍ୟକ୍ତି ଓବିସି କମିଶନଙ୍କ େଓ୍ଵବସାଇଟକୁ ଯାଇ ଅନଲାଇନରେ ନାଁ ପଞ୍ଜିକରଣ କରିପାରିବେ । ଅଫଲାଇନ୍‌ ସର୍ଭେ ପାଇଁ ପ୍ରତି ଗାଁ ଏବଂ ଓ୍ଵାର୍ଡ କେନ୍ଦ୍ର ବା ଏନୁମରେଟର ସେଣ୍ଟରରେ ବ୍ୟବସ୍ଥା କରାଯାଇଛି । ଏଠାରେ ଅଙ୍ଗନବାଡି କର୍ମୀ ବା ସ୍ଥାନୀୟ ଶିକ୍ଷକଙ୍କୁ ଏନୁମରେଟର ଭାବେ ନିଯୁକ୍ତି କରାଯିବ । ପରିବାର ସଦସ୍ୟ କିମ୍ବା ଯେକୌଣସି ସଦସ୍ୟ ସର୍ଭେ କେନ୍ଦ୍ରକୁ ଯାଇ ପରିବାରର ସମସ୍ତ ତଥ୍ୟ ଦେଇ ପଞ୍ଚିକରଣ କରିପାରିବେ ।

ପଞ୍ଜିକରଣ ପାଇଁ ଆଧାର କାର୍ଡ, ଭୋଟର ପରିଚୟପତ୍ର, ପାନ କାର୍ଡ କିମ୍ବା ପାସପୋର୍ଟକୁ ପ୍ରମାଣପତ୍ର ଭାବରେ ଦେଖାଇ ପାରିବେ । ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ୫ଟା ଯାଏ ସର୍ଭେ ଚାଲିବ । ଏହି କାମ କିଭଳି ସୁରୁଖୁରୁରେ ଚାଲିବ ସେଥିପାଇଁ ବ୍ଲକ ଓ ପୌରାଞ୍ଚଳସ୍ତରରେ ମାଷ୍ଟର ଟ୍ରେନର, ଏନୁମରେଟର ଓ ସୁପରଭାଇଜରଙ୍କୁ ଟ୍ରେନିଂ ଦିଆଯାଇଛି । ରାଜ୍ୟ ସରକାର ୨୦୮ଟି ସମ୍ପ୍ରଦାୟଙ୍କୁ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ଶ୍ରେଣୀ ଭାବରେ ଚିହ୍ନଟ କରିଛନ୍ତି ।

 

Barsha

Recent Posts

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

14 mins ago

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

26 mins ago

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

33 mins ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

45 mins ago

ବାଣ ବିସ୍ପୋରଣ ମାମଲା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ ।  ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…

50 mins ago

ନୀଳାଞ୍ଚଳ ଏକ୍ସପ୍ରେସ ଉପରେ ଛିଡ଼ି ପଡ଼ିଲା ଓଭରହେଡ୍‌ ତାର, ୨ ଯାତ୍ରୀ ଗୁରୁତର

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…

51 mins ago