ଲାଲ୍‌ କରିଡରୁ ଆସି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ, ୯୧ତମ ସ୍ଥାନରେ ମାଲକାନଗିରି ସାଲିମି ଗାଁ ଝିଅ ସଂଧ୍ୟା ସମରଥ

ଭୁବନେଶ୍ବର : ଓସିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ୧୦୬। ସେଥିରୁ ପୁରୁଷ ୬୪ ଓ ମହିଳା ୪୨। କିନ୍ତୁ ଟପ୍‌ ଥ୍ରୀ ପୋଜିସନରେ ସମସ୍ତେ ମହିଳା।

ପରୀକ୍ଷାରେ ଟପ୍ପର ହୋଇଛନ୍ତି ଭୁବନେଶ୍ୱରର ଆୟୁଷୀ ମହାପାତ୍ର । ଆୟୁଷୀ ବର୍ତ୍ତମାନ ଟାଟା ଷ୍ଟିଲେରେ କାର‌୍ୟ୍ୟରତ। ସେହିପରି ସଞ୍ଜିତା ମହାପାତ୍ର ଦ୍ୱିତୀୟ ଓ ପୁନମ୍‌ ମହାପାତ୍ର ତୃତୀୟ ସ୍ଥାନରେ ଅଛନ୍ତି।

ସଫଳ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ସଂଧ୍ୟା ସମରଥ । ଘର ଲାଲ କରିଡରରେ। ମାଲକାନଗିରି ମାଓ ପ୍ରବଣ ମାଥିଲ ବ୍ଲକ ସାଲିମି ଗାଁରେ। ଗାଁରେ ମୋବାଇଲ ବ୍ୟବହାର ଓ ଟିଭି ଦେଖିବାକୁ ବାରଣ କରନ୍ତି ମାଓବାଦୀ। ଏଭଳି ପରିସ୍ଥିତିରେ ଗରିବ ଘରୁ ପାଠ ପଢି ବାହାରିଛନ୍ତି ସଂଧ୍ୟା। ବର୍ତ୍ତମାନ ରେଭନସା ବିଶ୍ୱବିଦ୍ୟାଳୟରେ ଆଦିବାସୀଙ୍କ ଉନ୍ନୟନ ବିଷୟରେ ଗବେଷଣା କରୁଛନ୍ତି।

ଗାଁର ସ୍କୁଲରେ ପଞ୍ଚମ ଯାଏ ପଢିଥିଲେ ସଂଧ୍ୟା। ପରେ ନବୋଦୟ ସ୍କୁଲ, ଭୁବନେଶ୍ୱର ବିଜେବି ଓ କଟକ ଭେଭେନ୍ସାରେ ପଢିଥିଲେ। ଏବେ ଓସିଏସ୍‌ଇରେ ସଫଳ ହେବା ପରେ ଆଦିବାସୀ ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ସଂଧ୍ୟାଙ୍କ ସଫଳତାରେ ଖୁସି ବାପା-ମାଆ ଓ ଗାଁ ଲୋକେ ।

ପଛୁଆ ଗାଁର ଆଉ ଜଣେ ଆଗୁଆ ଝିଅ ପ୍ରଭାତୀ ଝୋଡ଼ିଆ । ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଝୋଡ଼ିଆ ସମ୍ପ୍ରଦାୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଝୋଡ଼ିଆ ସମ୍ପ୍ରଦାୟର ପ୍ରଥମ ଝିଅ ଭାବରେ ସେ ଏହି ସଫଳତା ପାଇଛନ୍ତି । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ପୁହୁଣ୍ଡି ଅଞ୍ଚଳର ମୂଳବାସିନ୍ଦା ପ୍ରଭାତୀ । ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ତାଙ୍କର ର‍୍ୟାଙ୍କ ରହିଛି ୭୬ ନମ୍ବର । ରାୟଗଡ଼ାରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ ପ୍ରଭାତୀ । କୋରାପୁଟ ଡିଏଭି କଲେଜରେ ପାଠ ପଢ଼ିବା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ଏହାପରେ ଅଧ୍ୟାପିକା ଅଛନ୍ତି ପ୍ରଭାତୀ । ତାଙ୍କ ସଫଳତାରେ ପରିବାରରେ ଖୁସିର ଲହରି ।

KNews Bureau

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

28 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

35 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago