Below header

ଲାଲ୍‌ କରିଡରୁ ଆସି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ, ୯୧ତମ ସ୍ଥାନରେ ମାଲକାନଗିରି ସାଲିମି ଗାଁ ଝିଅ ସଂଧ୍ୟା ସମରଥ

ଭୁବନେଶ୍ବର : ଓସିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ୧୦୬। ସେଥିରୁ ପୁରୁଷ ୬୪ ଓ ମହିଳା ୪୨। କିନ୍ତୁ ଟପ୍‌ ଥ୍ରୀ ପୋଜିସନରେ ସମସ୍ତେ ମହିଳା।

ayushi ପରୀକ୍ଷାରେ ଟପ୍ପର ହୋଇଛନ୍ତି ଭୁବନେଶ୍ୱରର ଆୟୁଷୀ ମହାପାତ୍ର । ଆୟୁଷୀ ବର୍ତ୍ତମାନ ଟାଟା ଷ୍ଟିଲେରେ କାର‌୍ୟ୍ୟରତ। ସେହିପରି ସଞ୍ଜିତା ମହାପାତ୍ର ଦ୍ୱିତୀୟ ଓ ପୁନମ୍‌ ମହାପାତ୍ର ତୃତୀୟ ସ୍ଥାନରେ ଅଛନ୍ତି।

sandhyaସଫଳ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ସଂଧ୍ୟା ସମରଥ । ଘର ଲାଲ କରିଡରରେ। ମାଲକାନଗିରି ମାଓ ପ୍ରବଣ ମାଥିଲ ବ୍ଲକ ସାଲିମି ଗାଁରେ। ଗାଁରେ ମୋବାଇଲ ବ୍ୟବହାର ଓ ଟିଭି ଦେଖିବାକୁ ବାରଣ କରନ୍ତି ମାଓବାଦୀ। ଏଭଳି ପରିସ୍ଥିତିରେ ଗରିବ ଘରୁ ପାଠ ପଢି ବାହାରିଛନ୍ତି ସଂଧ୍ୟା। ବର୍ତ୍ତମାନ ରେଭନସା ବିଶ୍ୱବିଦ୍ୟାଳୟରେ ଆଦିବାସୀଙ୍କ ଉନ୍ନୟନ ବିଷୟରେ ଗବେଷଣା କରୁଛନ୍ତି।

ଗାଁର ସ୍କୁଲରେ ପଞ୍ଚମ ଯାଏ ପଢିଥିଲେ ସଂଧ୍ୟା। ପରେ ନବୋଦୟ ସ୍କୁଲ, ଭୁବନେଶ୍ୱର ବିଜେବି ଓ କଟକ ଭେଭେନ୍ସାରେ ପଢିଥିଲେ। ଏବେ ଓସିଏସ୍‌ଇରେ ସଫଳ ହେବା ପରେ ଆଦିବାସୀ ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ସଂଧ୍ୟାଙ୍କ ସଫଳତାରେ ଖୁସି ବାପା-ମାଆ ଓ ଗାଁ ଲୋକେ ।

jhodiaପଛୁଆ ଗାଁର ଆଉ ଜଣେ ଆଗୁଆ ଝିଅ ପ୍ରଭାତୀ ଝୋଡ଼ିଆ । ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଝୋଡ଼ିଆ ସମ୍ପ୍ରଦାୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଝୋଡ଼ିଆ ସମ୍ପ୍ରଦାୟର ପ୍ରଥମ ଝିଅ ଭାବରେ ସେ ଏହି ସଫଳତା ପାଇଛନ୍ତି । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ପୁହୁଣ୍ଡି ଅଞ୍ଚଳର ମୂଳବାସିନ୍ଦା ପ୍ରଭାତୀ । ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ତାଙ୍କର ର‍୍ୟାଙ୍କ ରହିଛି ୭୬ ନମ୍ବର । ରାୟଗଡ଼ାରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ ପ୍ରଭାତୀ । କୋରାପୁଟ ଡିଏଭି କଲେଜରେ ପାଠ ପଢ଼ିବା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ଏହାପରେ ଅଧ୍ୟାପିକା ଅଛନ୍ତି ପ୍ରଭାତୀ । ତାଙ୍କ ସଫଳତାରେ ପରିବାରରେ ଖୁସିର ଲହରି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.