Below header

ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ % ସ୍ଥାନ ସଂରକ୍ଷଣ ପ୍ରସଙ୍ଗ, ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ବର : ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ଭେଟିଲେ ବିଜେଡି ସାଂସଦ । ମହିଳାଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ସମ୍ପର୍କିତ ବିଲ୍‌ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏସମ୍ପର୍କିତ ବିଲ୍‌ ସଂସଦରେ ପାରିତ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି ବିଜେଡି ସାଂସଦ । ଏହାସହ ଓଡ଼ିଶା ବିଧାନସଭାରେ ଏସମ୍ପର୍କିତ ପ୍ରସ୍ତାବ ସର୍ବସମ୍ମତରେ ପାରିତ ହୋଇଥିବା ନେଇ ଭେଙ୍କିୟା ନାଇଡୁଙ୍କୁ ଅବଗତ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାର୍ଲାମେଣ୍ଟରେ ଏସମ୍ପର୍କିତ ବିଲ୍‌ ଆଜି ପର‌୍ୟ୍ୟନ୍ତ ପାରିତ ହୋଇନାହିଁ ।

ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ସବୁ ରାଜନୈତିକ ଦଳଙ୍କ ସମ୍ମତି ଯୋଗାଡ଼ରେ ଲାଗିଛି ବିଜେଡି । ୨୨ଟି ଆଞ୍ଚଳିକ ଓ ଜାତୀୟ ଦଳ ମୁଖିଆଙ୍କୁ ଭେଟି ସମର୍ଥନ ଜୁଟାଉଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ପାଇଁ ଅନୁରୋଧ ବି କରିଛନ୍ତି । ଉପରାଷ୍ଟ୍ରପତିଙ୍କ ସହ ବୈଠକରେ ସାଂସଦ ପ୍ରସନ୍ନ ଆଚାର‌୍ୟ୍ୟ, ପ୍ରତାପ ଦେବ, ଭର୍ତ୍ତୃହରି ମହତାବ, ପ୍ରସନ୍ନ ପାଟ୍ଟଶାଣୀ, ଅନୁଭବ ମହାନ୍ତି, ପ୍ରତ୍ୟୁଷା ରାଜେଶ୍ୱରୀ, ରୀତା ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.