ଆସନ୍ତା ୨୪ ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ, ୧୪୫୨୩ କୋଟି ଟଙ୍କାରେ ବିଭିନ୍ନ ଯୋଜନାର କରିବେ ଶୁଭାରମ୍ଭ

ଭୁବନେଶ୍ବର : ଆସନ୍ତା ୨୪ ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗସ୍ତ ଅବସରରେ ମୋଦି ଓଡ଼ିଶାବାସୀଙ୍କ ପାଇଁ କଣ ଘୋଷଣା କରିବେ ଏନେଇ ଦିଲ୍ଲୀରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ୍‌ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମହେଶ ଶର୍ମା ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ୧୪ ହଜାର ୫ଶହ ୨୩ କୋଟି ଟଙ୍କାରେ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବେ । ଭୁବନେଶ୍ୱରରେ ୧୨୬୦କୋଟିର IIT କ୍ୟାମ୍ପସକୁ ଲୋକାର୍ପଣ କରିବେ । ସେହିପରି ବ୍ରହ୍ମପୁର ଆଇଜର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧ହଜାର ୫୮୩ କୋଟି ଟଙ୍କା । ସେହିପରି ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା, ଡାକ ଟିକେଟ ମଧ୍ୟ ଉନ୍ମୋଚନ କରିବେ । ଲଳିତଗିରିରେ ମ୍ୟୁଜିୟମ ଉଦ୍‌ଘାଟନ ସହ ଗ୍ୟାସ୍‌ ପାଇପ୍‌ଲାଇନ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.