ଭୁବନେଶ୍ବର(କେନ୍ୟୁଜ): ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ମା ଚରିତ୍ରରେ ଅଭିନୟ କରୁଥିବା ଆଗଧାଡ଼ିର ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆଙ୍କ ଦେହାନ୍ତ। ଦୀର୍ଘଦିନ ହେବ ତାଙ୍କର ସ୍ୱାସ୍ଥ୍ୟ ଖରାପ ରହିିଥିବାରୁ ତାଙ୍କୁ ଅକ୍ଟୋବର ପାଞ୍ଚ ତାରିଖରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସଂଧ୍ୟା ସମୟରେ ହାଟ୍ ଆଟାକ୍ ରେ ତାଙ୍କର ଦେହାନ୍ତ ହୋଇଛି। ଆଜି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା।
ତିଳୋତ୍ତମ ଦଶନ୍ଧି ଦଶନ୍ଧି ଧରି ବିଭିନ୍ନ ଚଳଚ୍ଚିତ୍ରରେ ମା ରୋଲ କରି ଦର୍ଶକଙ୍କ ହ୍ଦୟ ଜିତି ପାରିଥିଲେ। ତିଳୋତ୍ତମାଙ୍କ ଝିଅ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଆଗଧାଡ଼ିର ନାୟିକା । ତିଳୋତ୍ତମାଙ୍କ ସ୍ବାମୀ ହିମାଂଶୁ ସାମଲ ଜଣେ ନିର୍ଦ୍ଦେଶକ, ଲେଖକ ଓ ସଂଳାପକାର । ତିଳୋତ୍ତମାଙ୍କ ଦୁଇଟି ଝିଅ ଅଛନ୍ତି। ସେମାନଙ୍କ ନାମ ହେଉଛି ଆଗାମୀ ଅନୁଭୂତି ସାମଲ ଓ ଦେବିକା ଅରୁନ୍ଧତି ସାମଲ ।
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…