ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକର ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆଙ୍କ ଦେହାନ୍ତ

ଭୁବନେଶ୍ବର(କେନ୍ୟୁଜ): ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ମା ଚରିତ୍ରରେ ଅଭିନୟ କରୁଥିବା ଆଗଧାଡ଼ିର ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆଙ୍କ ଦେହାନ୍ତ। ଦୀର୍ଘଦିନ ହେବ ତାଙ୍କର ସ୍ୱାସ୍ଥ୍ୟ ଖରାପ ରହିିଥିବାରୁ ତାଙ୍କୁ ଅକ୍ଟୋବର ପାଞ୍ଚ ତାରିଖରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସଂଧ୍ୟା ସମୟରେ ହାଟ୍ ଆଟାକ୍ ରେ ତାଙ୍କର ଦେହାନ୍ତ ହୋଇଛି।  ଆଜି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା।

ତିଳୋତ୍ତମ ଦଶନ୍ଧି ଦଶନ୍ଧି ଧରି ବିଭିନ୍ନ ଚଳଚ୍ଚିତ୍ରରେ ମା ରୋଲ କରି  ଦର୍ଶକଙ୍କ ହ୍‌ଦୟ ଜିତି ପାରିଥିଲେ। ତିଳୋତ୍ତମାଙ୍କ ଝିଅ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଆଗଧାଡ଼ିର ନାୟିକା । ତିଳୋତ୍ତମାଙ୍କ ସ୍ବାମୀ ହିମାଂଶୁ ସାମଲ ଜଣେ ନିର୍ଦ୍ଦେଶକ, ଲେଖକ ଓ ସଂଳାପକାର । ତିଳୋତ୍ତମାଙ୍କ ଦୁଇଟି ଝିଅ ଅଛନ୍ତି। ସେମାନଙ୍କ ନାମ ହେଉଛି ଆଗାମୀ ଅନୁଭୂତି ସାମଲ ଓ ଦେବିକା ଅରୁନ୍ଧତି ସାମଲ ।

Leave A Reply

Your email address will not be published.