ରାଜ୍ୟ

ଅଲମ୍ପିକ୍‌ ପାଇଁ ଭାରତୀୟ ପୁରୁଷ ହକି ଦଳ ସହ ଟୋକିଓ ଯିବେ ଓଡ଼ିଆ ଡାକ୍ତର ସୁଦୀପ ଶତପଥୀ

କେନ୍ୟୁଜ୍(ବ୍ୟୁରୋ):  ଟୋକିଓ ଅଲମ୍ପିକ୍‌ ପାଇଁ ଭାରତୀୟ ପୁରୁଷ ହକି ଦଳ ସହ ଯିବେ ଓଡ଼ିଆ ଡାକ୍ତର ସୁଦୀପ ଶତପଥୀ। ୧୬ ଜଣିଆ ଭାରତୀୟ ପୁରୁଷ ହକି ଟିମ୍‌ ସହ ସେ ଟୋକିଓ ଯିବେ। ଜାତୀୟ ପୁରୁଷ ହକି ଦଳରେ ସ୍ପୋର୍ଟସ ଆଣ୍ଡ ଏକ୍ସସରସାଇଜ ମେଡିକାଲ ଡାକ୍ତର ଭାବେ ଡାକ୍ତର ସୁଦୀପ ଶତପଥୀ ଗସ୍ତ କରିବେ। ଡାକ୍ତର ଶତପଥୀ ଭୁବନେଶ୍ୱର କିମ୍‌ସରେ ଫିଜିଓଲୋଜିରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି।

ଡାକ୍ତର ସୁଦୀପ ଶତପଥୀଙ୍କ ଗସ୍ତ ନେଇ ଓଡିଶା ସରକାରଙ୍କ ସ୍ପୋର୍ଟସ ଆଣ୍ଡ ୟୁଥ ଡିପାର୍ଟମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ପୁରୁଷ ହକି ଦଳରେ ସ୍ପୋର୍ଟସ ଆଣ୍ଡ ଏକ୍ସସରସାଇଜ ମେଡିକାଲ ଡାକ୍ତର ଭାବେ ମନୋନୀତ ହେବା ପରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ଡାକ୍ତର ସୁଦୀପ ଶତପଥୀ। ୧୬ ଜଣିଆ ଭାରତୀୟ ପୁରୁଷ ହକି ଟିମରେ ୨ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି ।

 

KNews Bureau

Recent Posts

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେବେ କାମଚଳା ବାଚସ୍ପତି, ଆଜି ରାଜଭବନରେ ନେବେ ଶପଥ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ । ୧୯ ତାରିଖରେ ବାଚସ୍ପତି ପଦ ପାଇଁ…

20 mins ago

ଆଜିର ପେଟ୍ରୋଲ ଦର ଅପଡେଟ, ଗାଡ଼ିରେ ତେଲ ପକାଇବା ପୂର୍ବରୁ ଏଠାରେ ଚେକ କରିନିଅନ୍ତୁ

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

37 mins ago

ବାହାଘର ପାଇଁ ସୁନା କିଣିବାକୁ ଚାହୁଁଥିଲେ ନଜର ପକାନ୍ତୁ, କେତେ ରହିଛି ଆଜିର ରେଟ

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

44 mins ago

ଇଟାଲି ଗସ୍ତରେ ପ୍ରଧାନମନ୍ତ୍ରୀ, ଜି-୭ ଶିଖର ସମ୍ମିଳନୀରେ ଦେବେ ଯୋଗ

ନୂଆଦିଲ୍ଲୀ : ଇଟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତୃତୀୟ ଥର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହା…

56 mins ago

ଓଲଟିଲା ପାନ ବୋଝେଇ ପିକଅପ୍ , ୨ ମୃତ

କାକଟପୁର (କେନ୍ୟୁଜ): ପହିଲି ରଜରେ ଅଘଟଣ ।  ଓଲଟିଲା ପାନବୋଝେଇ ପିକଅପ୍ , ୨ ମୃତ ।  କାକଟପୁର ଜଗନ୍ନାଥପୁରଠାରେ…

1 hour ago

ଆଜି ପହିଲି ରଜ: ଦୋଳି ଖେଳ ସାଙ୍ଗକୁ ମିଠା ପାନରେ ଜମୁଛି ଆସର

ଭୁବନେଶ୍ୱର (କେନ୍ୟୁଜ): ଆଜି ପହିଲି ରଜ ।  ଓଡ଼ିଶାର ଗଣ ପର୍ବ ରଜ ପାଇଁ ଉତ୍ସବ ମୁଖର ଗାଆଁଠୁ ସହର…

1 hour ago