Below header

ଅଲମ୍ପିକ୍‌ ପାଇଁ ଭାରତୀୟ ପୁରୁଷ ହକି ଦଳ ସହ ଟୋକିଓ ଯିବେ ଓଡ଼ିଆ ଡାକ୍ତର ସୁଦୀପ ଶତପଥୀ

କେନ୍ୟୁଜ୍(ବ୍ୟୁରୋ):  ଟୋକିଓ ଅଲମ୍ପିକ୍‌ ପାଇଁ ଭାରତୀୟ ପୁରୁଷ ହକି ଦଳ ସହ ଯିବେ ଓଡ଼ିଆ ଡାକ୍ତର ସୁଦୀପ ଶତପଥୀ। ୧୬ ଜଣିଆ ଭାରତୀୟ ପୁରୁଷ ହକି ଟିମ୍‌ ସହ ସେ ଟୋକିଓ ଯିବେ। ଜାତୀୟ ପୁରୁଷ ହକି ଦଳରେ ସ୍ପୋର୍ଟସ ଆଣ୍ଡ ଏକ୍ସସରସାଇଜ ମେଡିକାଲ ଡାକ୍ତର ଭାବେ ଡାକ୍ତର ସୁଦୀପ ଶତପଥୀ ଗସ୍ତ କରିବେ। ଡାକ୍ତର ଶତପଥୀ ଭୁବନେଶ୍ୱର କିମ୍‌ସରେ ଫିଜିଓଲୋଜିରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି।

ଡାକ୍ତର ସୁଦୀପ ଶତପଥୀଙ୍କ ଗସ୍ତ ନେଇ ଓଡିଶା ସରକାରଙ୍କ ସ୍ପୋର୍ଟସ ଆଣ୍ଡ ୟୁଥ ଡିପାର୍ଟମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ପୁରୁଷ ହକି ଦଳରେ ସ୍ପୋର୍ଟସ ଆଣ୍ଡ ଏକ୍ସସରସାଇଜ ମେଡିକାଲ ଡାକ୍ତର ଭାବେ ମନୋନୀତ ହେବା ପରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ଡାକ୍ତର ସୁଦୀପ ଶତପଥୀ। ୧୬ ଜଣିଆ ଭାରତୀୟ ପୁରୁଷ ହକି ଟିମରେ ୨ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.