Categories: ରାଜ୍ୟ

ସୁରତରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ପ୍ରବାସୀ ଓଡ଼ିଆ ପିଲାଙ୍କୁ ମିଳିବ ମାଗଣା ଓଡ଼ିଆ ବହି, ପ୍ରତିଷ୍ଠା ହେବ ଓଡ଼ିଆ କଲଚରାଲ ସେଣ୍ଟର

ସୁରତ(କେନ୍ୟୁଜ୍) : ବିକାଶ ହିଁ ଓଡ଼ିଶାର ପରିଚୟ । କଳା, ସଂସ୍କୃତି ସହ ଦକ୍ଷ ମାନବ ସମ୍ବଳ ଓଡ଼ିଶାର ପରିଚୟ ହୋଇଛି । ଆତ୍ମବିଶ୍ୱାସ ସହ ଓଡ଼ିଆ ଜାତି ଆଗକୁ ବଢି ଚାଲିଛି । ଓଡ଼ିଶା ଓ ଗୁଜରାଟର ବିକାଶରେ ସୁରତର ପ୍ରବାସୀ ଓଡ଼ିଆଙ୍କ ଅବଦାନ ରହିଛି । ସୁରତରେ ଓଡ଼ିଆ ମହୋତ୍ସବକୁ ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସୁରତ୍‌ରେ ଏକ ଓଡ଼ିଆ କଲଚରାଲ ସେଣ୍ଟର ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ନବୀନ । ଏଥିପାଇଁ ରାଜ୍ୟ ସରକାର ୧୦କୋଟି ଟଙ୍କା ଯୋଗାଇ ଦେବେ । ଓଡ଼ିଆ କଲଚରାଲ ସେଣ୍ଟର ପାଇଁ ଜାଗା ଯୋଗାଇ ଦେବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଯାଇଛି ।

ସୁରତରେ ପ୍ରବାସୀ ଓଡ଼ିଆଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବାକୁ ପଦକ୍ଷେପ ନିଆଯିବ । ପ୍ରବାସୀ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ମାଗଣା ଓ଼ଡିଆ ପୁସ୍ତକ ମିଳିବ । ଖୁବଶୀଘ୍ର ସୁରତରେ ଯୁକ୍ତ ଦୁଇ କଲେଜ ଖୋଲିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବ୍ରହ୍ମପୁରରୁ ସୁରତକୁ ସିଧାସଳଖ ଟ୍ରେନ ଏବଂ ଭୁବନେଶ୍ୱର ଓ ସୁରତ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପାଇଁ କେନ୍ଦ୍ରକୁ ପତ୍ର ଲେଖି ଜଣାଇଥିବା କହିଛନ୍ତି । ମହୋତ୍ସବକୁ ଉଦଘାଟନ କରି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ ନବୀନ । ଏହାସହ ପ୍ରବାସୀ ଓଡିଆମାନେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

KNews Bureau

Recent Posts

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

20 mins ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

32 mins ago

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

41 mins ago

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

54 mins ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

57 mins ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

1 hour ago