Below header

ସୁରତରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ପ୍ରବାସୀ ଓଡ଼ିଆ ପିଲାଙ୍କୁ ମିଳିବ ମାଗଣା ଓଡ଼ିଆ ବହି, ପ୍ରତିଷ୍ଠା ହେବ ଓଡ଼ିଆ କଲଚରାଲ ସେଣ୍ଟର

ସୁରତ(କେନ୍ୟୁଜ୍) : ବିକାଶ ହିଁ ଓଡ଼ିଶାର ପରିଚୟ । କଳା, ସଂସ୍କୃତି ସହ ଦକ୍ଷ ମାନବ ସମ୍ବଳ ଓଡ଼ିଶାର ପରିଚୟ ହୋଇଛି । ଆତ୍ମବିଶ୍ୱାସ ସହ ଓଡ଼ିଆ ଜାତି ଆଗକୁ ବଢି ଚାଲିଛି । ଓଡ଼ିଶା ଓ ଗୁଜରାଟର ବିକାଶରେ ସୁରତର ପ୍ରବାସୀ ଓଡ଼ିଆଙ୍କ ଅବଦାନ ରହିଛି । ସୁରତରେ ଓଡ଼ିଆ ମହୋତ୍ସବକୁ ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସୁରତ୍‌ରେ ଏକ ଓଡ଼ିଆ କଲଚରାଲ ସେଣ୍ଟର ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ନବୀନ । ଏଥିପାଇଁ ରାଜ୍ୟ ସରକାର ୧୦କୋଟି ଟଙ୍କା ଯୋଗାଇ ଦେବେ । ଓଡ଼ିଆ କଲଚରାଲ ସେଣ୍ଟର ପାଇଁ ଜାଗା ଯୋଗାଇ ଦେବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଯାଇଛି ।

cmସୁରତରେ ପ୍ରବାସୀ ଓଡ଼ିଆଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବାକୁ ପଦକ୍ଷେପ ନିଆଯିବ । ପ୍ରବାସୀ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ମାଗଣା ଓ଼ଡିଆ ପୁସ୍ତକ ମିଳିବ । ଖୁବଶୀଘ୍ର ସୁରତରେ ଯୁକ୍ତ ଦୁଇ କଲେଜ ଖୋଲିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବ୍ରହ୍ମପୁରରୁ ସୁରତକୁ ସିଧାସଳଖ ଟ୍ରେନ ଏବଂ ଭୁବନେଶ୍ୱର ଓ ସୁରତ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପାଇଁ କେନ୍ଦ୍ରକୁ ପତ୍ର ଲେଖି ଜଣାଇଥିବା କହିଛନ୍ତି । ମହୋତ୍ସବକୁ ଉଦଘାଟନ କରି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ ନବୀନ । ଏହାସହ ପ୍ରବାସୀ ଓଡିଆମାନେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.