Below header

କଟକ ମଙ୍ଗୁଳି ଛକ ନିକଟରେ ଦୁର୍ଘଟଣା : ଜଣେ ମୃତ, ଦୁଇ ଗୁରୁତର

କଟକ(କେନ୍ୟୁଜ୍) : କଟକ ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗୁଳି ଛକ ନିକଟରେ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ମଙ୍ଗୁଳି ଛକଠାରେ ଜାତୀୟ ରାଜପଥ ଉପରେ ବେଆଇନ ଭାବେ ପାର୍କିଙ୍ଗ୍‌ କରିଥିବା ଏକ ଟ୍ରଲର ପଛରେ ପଶିଗଲା ଏନ୍‌ଏଚଆଇ ପ୍ରାଟୋଲିଙ୍ଗ୍‌ ଭ୍ୟାନ୍‌। ଘଟଣାସ୍ଥଳରେ ଏନ୍‌ଏଚ୍‌ଆଇ କର୍ମଚାରୀ ରଞ୍ଜିତ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ମଙ୍ଗୁଳି ଛକଠାରେ ଏକ ବସ ପାଟ୍ରୋଲିଂ ଭ୍ୟାନ୍‌କୁ ଓଭରଟେକ୍‌ କରିବା ସମୟରେ ବାମପଟେ ଛିଡା ହୋଇଥିବା ଟ୍ରଲର ପଛରେ ଭ୍ୟାନ୍‌ଟି ପଶିଯାଇଥିଲା। ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଗାଡିକୁ ଜବତ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.