ରାଜ୍ୟ

ସରିଲା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ; ଓଡିଶାରେ ୬୯.୩୫% ଭୋଟିଂ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୯.୩୫ ପ୍ରତିଶତ ଭୋଟିଂ ହୋଇଛି । ନିର୍ବାଚନ କମିଶନଙ୍କ ଶେଷ ତଥ୍ୟ ଅନୁସାରେ ଗତକାଲି ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ହାରାହାରି ଭୋଟିଂ ପ୍ରତିଶତ ରହିଛି ୬୯.୩୫ ।  ଆସ୍କାରେ ସର୍ବାନିମ୍ନ ୬୦.୭୮ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ବରଗଡ଼ରେ ସର୍ବାଧିକ ୭୬.୨୦ ପ୍ରତିଶତ ଭୋଟିଂ ହୋଇଛି। ବଲାଙ୍ଗିରରେ ୭୧.୪୬ ପ୍ରତିଶତ ହୋଇଛି ।

ସେହିଭଳି କନ୍ଧମାଳ ସଂସଦୀୟ କ୍ଷେତ୍ରରେ ୭୦.୩୭ ପ୍ରତିଶତ ଏବଂ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ୬୭.୭୪ ପ୍ରତିଶତ ମତଦାନ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୫.୬୦ ପ୍ରତିଶତ ମତଦାନ ହୋଇଥିଲା।  ଅନ୍ୟପଟେ ଗତକାଲି ହୋଇଥିବା  ବିଧାନସଭା କ୍ଷେତ୍ର ମଧ୍ୟରେ ଭଟଲୀରେ ସବୁଠୁ ଅଧିକ ୭୯.୨୩ ପ୍ରତିଶତ ଭୋଟିଂ ହୋଇଛି। ଦ୍ବିତୀୟରେ ରହିଛି ବୀରମହାରାଜପୁର। ଏହି ନିର୍ବାଚନମଣ୍ଡଳୀରେ ୭୮.୩୭ ପ୍ରତିଶତ ଭୋଟିଂ ହୋଇଛି। କାଁଭାଁ ଘଟଣାକୁ ଛାଡ଼ି ଗତକାଲି ଶାନ୍ତିଶୃଙ୍ଖଳାର ସହ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିଲା। ବେଶ ଉତ୍ସାହର ସହ ଭୋଟର ଧାଡ଼ିରେ ଆସି ମତଦାନ ସାବ୍ୟସ୍ତ କରିଥିଲେ। ଅନ୍ୟପଟେ ଦେଶରେ ଗତକାଲି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି। ୪୯ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଛି। ହାରାହାରି ୬୦.୪୮ ପ୍ରତିଶତ ଭୋଟିଂ ହୋଇଛି।

Barsha

Recent Posts

ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

5 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

13 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

14 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

32 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

57 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

1 hour ago