Categories: ରାଜ୍ୟ

ରାଜ୍ୟରେ ଆସନ୍ନ ମରୁଡି ଆଶଙ୍କା, ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‌ ବର୍ଷା ଯୋଗୁ ଚାଷ କାମ ବାଧାପ୍ରାପ୍ତ

ଝାରସୁଗୁଡ଼ା/ଫୁଲବାଣୀ(କେନ୍ୟୁଜ୍): ଆଷାଢ ଯାଇ ଶ୍ରାବଣ ଆରମ୍ଭ ହେଲାଣି । ହେଲେ ବର୍ଷାର ଦେଖା ନାହିଁ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‌ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏମିତିକି ମରୁଡି ଭଳି ପରିସ୍ଥିତି ଉପୁଜିଲାଣି । ବର୍ଷା ଅଭାବରୁ କନ୍ଧମାଳ ଓ ଝାରସୁଗୁଡ଼ା ଜିଲ୍ଲାରେ ଚାଷ କାର୍ଯ୍ୟ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି ।

ଜୁନ୍‌ ସରି ଜୁଲାଇ ଅଧାହେଲାଣି । ଯେଉଁ ସମୟରେ କ୍ଷେତରେ ରୁଆ ବିହୁଡ଼ା ସରିବା କଥା, ବର୍ତ୍ତମାନ ସୁଦ୍ଧା ଜମିରୁ ଘାସ ଉପୁଡ଼ା କାର୍ଯ୍ୟ ଆରମ୍ଭ ହୋଇନି । ବର୍ଷା ଅଭାବରୁ ମାଟି ଫାଟି ଆଁ କଲାଣି । ଜମିରେ ହଳ କରି ତଳି ପକାଇବାକୁ ସାହାସ ଜୁଟାଇପାରୁନି ଚାଷୀ । ଝାରସୁଗୁଡ଼ାରେ ଚଳିତ ବର୍ଷ ଜୁନ୍‌ ମାସରେ ୨୧୮ ମିମି ଏବଂ ଜୁଲାଇ ବର୍ତ୍ତମାନ ସୁଦ୍ଧା ୩୮୫ ମିଲିମିଟର ବର୍ଷା ହୋଇଛି । ଯାହା ଆବଶ୍ୟକତାଠାରୁ ଢେର୍‌ କମ୍‌ । ଆଗାମୀ ୧୫ ଦିନ ମଧ୍ୟରେ ଯଦି ବର୍ଷା ନହୁଏ ତେବେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି ।

କନ୍ଧମାଳ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି । ଜିଲ୍ଲାରେ ମୋଟ୍‌ ୧ ଲକ୍ଷ ୨୭ ହଜାର ୭୯୦ ହେକ୍ଟର ଚାଷ ଜମି ରହିଛି । ସେଥିରୁ ୫୦ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଉଥିବା ବେଳେ ବାକି ଅଣ ଧାନ ଜମି ରହିଛି । ସ୍ୱଳ୍ପ ବର୍ଷା ସତ୍ତ୍ୱେ ଜମିରେ ବିହନ ବୁଣି ତଳି କରିଥିବା ଚାଷୀ ଜୁଲାଇ ମାସରେ ତଳି ଲଗାଇବାକୁ ଯୋଜନା କରିଥିଲା । ହେଲେ ଚାଷୀର ସବୁ ଉଦ୍ୟମକୁ ବେକାର କରିଦେଇଛି ବର୍ଷା । ସ୍ୱଳ୍ପ ବର୍ଷା ଯୋଗୁଁ କେଉଁଠି ତଳି ଶୁଖିଗଲାଣି ତ କେଉଁଠି ଗାଈ ଛେଳି ଖାଇ ନଷ୍ଟ କରିଦେଲେଣି । ସେପଟେ ଆବଶ୍ୟକଠାରୁ ୪୯ ପ୍ରତିଶତ କମ୍‌ ବର୍ଷା ହୋଇଥିବାରୁ ଖରିଫ୍‌ ଫସଲ ପ୍ରତି ପରାମର୍ଶ ଦେଇଛନ୍ତି ଉପକୃଷି ନିର୍ଦ୍ଦେଶକ ।

 

KNews Bureau

Recent Posts

ଲଞ୍ଚ ହେବ Motorola Moto G85, ୟୁଜରଙ୍କୁ ପସନ୍ଦ ଆସିବ କର୍ଭଡ୍‌ ସ୍କ୍ରିନ୍‌ ସରଫେସ୍‌

Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…

27 seconds ago

ଭୁବନେଶ୍ବରରୁ ସିଧା ମାଲେସିଆ, ସପ୍ତାହରେ ଚାରି ଦିନ ଉଡ଼ିବ ବିମାନ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…

2 mins ago

ମହାକାଳପଡ଼ା: ଗାତରେ ଫସିଗଲା ବଉଳା କୁମ୍ଭୀର

ମହାକାଳପଡ଼ା (କେନ୍ୟୁଜ): ଗାତରେ ଫସିଗଲା ବଉଳା କୁମ୍ଭୀର ।  ନିର୍ମାଣାଧୀନ ସେତୁର ଗର୍ତ୍ତରେ ଫସି ଯାଇଛି କୁମ୍ଭୀର ।  କେନ୍ଦ୍ରାପଡା…

15 mins ago

ଜୁନରୁ ଆରମ୍ଭ ଯୁକ୍ତ ତିନି ନାମଲେଖା ପ୍ରକିୟା, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର (କେନ୍ୟୁଜ): ଯୁକ୍ତ ତିନି ନାମ ଲେଖା ପାଇଁ ଜୁନ୍ ପ୍ରଥମ ସପ୍ତାହରୁ କରିପାରିବେ ଆବେଦନ । ଅନଲାଇନ୍ ଜରିଆରେ…

24 mins ago

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି, ବୋହୂକୁ ଏମିତି ଅଫର ଦେଲା ଶଶୁର

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…

44 mins ago

ଯୁବକ ଗିଳିଦେଲେ ଛୁଞ୍ଚି, ଲୁହା କଣ୍ଟା ଓ ନଟ-ବୋଲ୍ଟ, ମାନସିକ ସ୍ତରରେ ଦୁର୍ବଳ ହୋଇ କଲେ ଏମିତି କାଣ୍ଡ

ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…

46 mins ago