Below header

ରାଜ୍ୟରେ ଆସନ୍ନ ମରୁଡି ଆଶଙ୍କା, ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‌ ବର୍ଷା ଯୋଗୁ ଚାଷ କାମ ବାଧାପ୍ରାପ୍ତ

ଝାରସୁଗୁଡ଼ା/ଫୁଲବାଣୀ(କେନ୍ୟୁଜ୍): ଆଷାଢ ଯାଇ ଶ୍ରାବଣ ଆରମ୍ଭ ହେଲାଣି । ହେଲେ ବର୍ଷାର ଦେଖା ନାହିଁ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‌ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏମିତିକି ମରୁଡି ଭଳି ପରିସ୍ଥିତି ଉପୁଜିଲାଣି । ବର୍ଷା ଅଭାବରୁ କନ୍ଧମାଳ ଓ ଝାରସୁଗୁଡ଼ା ଜିଲ୍ଲାରେ ଚାଷ କାର୍ଯ୍ୟ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି ।

chasaଜୁନ୍‌ ସରି ଜୁଲାଇ ଅଧାହେଲାଣି । ଯେଉଁ ସମୟରେ କ୍ଷେତରେ ରୁଆ ବିହୁଡ଼ା ସରିବା କଥା, ବର୍ତ୍ତମାନ ସୁଦ୍ଧା ଜମିରୁ ଘାସ ଉପୁଡ଼ା କାର୍ଯ୍ୟ ଆରମ୍ଭ ହୋଇନି । ବର୍ଷା ଅଭାବରୁ ମାଟି ଫାଟି ଆଁ କଲାଣି । ଜମିରେ ହଳ କରି ତଳି ପକାଇବାକୁ ସାହାସ ଜୁଟାଇପାରୁନି ଚାଷୀ । ଝାରସୁଗୁଡ଼ାରେ ଚଳିତ ବର୍ଷ ଜୁନ୍‌ ମାସରେ ୨୧୮ ମିମି ଏବଂ ଜୁଲାଇ ବର୍ତ୍ତମାନ ସୁଦ୍ଧା ୩୮୫ ମିଲିମିଟର ବର୍ଷା ହୋଇଛି । ଯାହା ଆବଶ୍ୟକତାଠାରୁ ଢେର୍‌ କମ୍‌ । ଆଗାମୀ ୧୫ ଦିନ ମଧ୍ୟରେ ଯଦି ବର୍ଷା ନହୁଏ ତେବେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି ।

odishaକନ୍ଧମାଳ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି । ଜିଲ୍ଲାରେ ମୋଟ୍‌ ୧ ଲକ୍ଷ ୨୭ ହଜାର ୭୯୦ ହେକ୍ଟର ଚାଷ ଜମି ରହିଛି । ସେଥିରୁ ୫୦ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଉଥିବା ବେଳେ ବାକି ଅଣ ଧାନ ଜମି ରହିଛି । ସ୍ୱଳ୍ପ ବର୍ଷା ସତ୍ତ୍ୱେ ଜମିରେ ବିହନ ବୁଣି ତଳି କରିଥିବା ଚାଷୀ ଜୁଲାଇ ମାସରେ ତଳି ଲଗାଇବାକୁ ଯୋଜନା କରିଥିଲା । ହେଲେ ଚାଷୀର ସବୁ ଉଦ୍ୟମକୁ ବେକାର କରିଦେଇଛି ବର୍ଷା । ସ୍ୱଳ୍ପ ବର୍ଷା ଯୋଗୁଁ କେଉଁଠି ତଳି ଶୁଖିଗଲାଣି ତ କେଉଁଠି ଗାଈ ଛେଳି ଖାଇ ନଷ୍ଟ କରିଦେଲେଣି । ସେପଟେ ଆବଶ୍ୟକଠାରୁ ୪୯ ପ୍ରତିଶତ କମ୍‌ ବର୍ଷା ହୋଇଥିବାରୁ ଖରିଫ୍‌ ଫସଲ ପ୍ରତି ପରାମର୍ଶ ଦେଇଛନ୍ତି ଉପକୃଷି ନିର୍ଦ୍ଦେଶକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.