କଟକ: ପୋଲ ନଥିବାରୁ ବିପଦସଙ୍କୁଳ ଭାବେ ଯାତାୟାତ କରୁଛନ୍ତି ଦୁଲଣାପୁର ପଞ୍ଚାୟତ ଗ୍ରାମବାସୀ

କଟକ(କେନ୍ୟୁଜ୍): ସାଧାରଣ ଲୋକଙ୍କ ଯାତାୟାତରେ ସୁବିଧା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରାଶାସନିକ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଏସବୁର ସଫଳ ରୂପାୟନ ହୋଇ ପାରୁନି । ପୋଲ ନଥିବାରୁ ବିପଦସଙ୍କୁଳ ଭାବେ ଯିବା ଆସିବା କରୁଛନ୍ତି କଟକ ଜିଲ୍ଲା ଡମପଡା ବ୍ଲକର ଦୁଲଣାପୁର ପଞ୍ଚାୟତ ବାସୀ । ଯାତାୟାତ ପାଇଁ ବାଧକ ସାଜିଛି ରଣନଦୀ । କଟକ ଜିଲ୍ଲା ଡମପଡା ବ୍ଲକର ଦୁଲଣାପୁର ଓ ବିଲିପଡାକୁ ସଂଯୋଗ କରୁଛି ଏହି ନଦୀ । ଉଭୟ ଗାଁକୁ ଯିବା ଆସିବା ପାଇଁ ଗୋଟିଏ ମାତ୍ର ରାସ୍ତା । ଏହି ନଦୀ ଉପରେ ପୋଲ ନଥିବାରୁ ବିପଦସଙ୍କୁଳ ଭାବେ ନଦୀ ପାର ହେଉଛନ୍ତି ଲୋକେ । ଲୋକଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ଡ୍ରେନେଜ ବିଭାଗ ଦ୍ୱାରା ସେତୁ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ହେଲେ କିଛି ଠିକାଦାରଙ୍କ ମନୋମୁଖୀ କାମ ପାଇଁ ସେତୁ ନିର୍ମାଣରେ ବିଳମ୍ବ ହେଉଛି । ଆଉ ଯେତିକି ବି କାମ ହେଉଛି, ତାହା ନିମ୍ନ ମାନର । ଲୁହାରଡ, ଚିପ୍ସ ଆଦିର ମାନ ପରୀକ୍ଷଣ କରାନଯାଇ ସେତୁ ତିଆରିରେ ବ୍ୟବହାର କରାଯାଉଛି । ଏନେଇ ଅଭିଯୋଗ ପରେ ଚିପ୍ସ ଓ ରଡ ବଦଳାଯାଇ ଭଲ ମାନର ଚିପ୍ସରେ ନିର୍ମାଣ କରିବାକୁ କୁହଯାଇଥିବା ଡ୍ରେନେଜ ବିଭାଗର ସହକାରୀ ଯନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.