Categories: ରାଜ୍ୟ

ଅଭିଜିତ ଆୟାର ମିତ୍ରଙ୍କୁ ହାଜର ପାଇଁ ନୋଟିସ୍‌ କରିବ ବିଧାନସଭା ଗୃହ କମିଟି

ଭୁବନେଶ୍ବର(କେନ୍ଯୁଜ୍) : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କୁ ହାଜର ପାଇଁ ନୋଟିସ୍‌ କରିବ ବିଧାନସଭା ଗୃହ କମିଟି । ଅକ୍ଟୋବର ୧୧ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯିବ । ବ୍ୟକ୍ତିଗତ ଭାବରେ ହାଜର ହେବାକୁ ନୋଟିସ୍‌ ଜାରି କରିବ ବିଧାନସଭା ଗୃହ କମିଟି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବିଧାନସଭା ଗୃହ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ବୈଠକ ପରେ ନରସିଂହ ମିଶ୍ର କହିଛନ୍ତି, ଗଣମାଧ୍ୟମରେ ବାହାରିଥିବା ଖବରର ପ୍ରମାଣ ହସ୍ତଗତ ହୋଇଛି । ଗଣମାଧ୍ୟମରେ ବାହାରିଥିବା ଖବର ସତ୍ୟ । ପୋଲିସ ଡିଜି ଓ ଗୁଇନ୍ଦା ନିର୍ଦ୍ଦେଶକଙ୍କ ବୟାନ ରେକର୍ଡ କରାଯାଇଛି । ଅଭିଜିତ୍‌ଙ୍କ ଅରୁଚିକର ମନ୍ତବ୍ୟକୁ ନେଇ ବିଧାନସଭା ଗୃହ କମିଟିର ଆଜି ଦ୍ୱିତୀୟ ବୈଠକ ବସିଥିଲା । ବୈଠକରେ କମିଟି ଅଧ୍ୟକ୍ଷ, ଅନ୍ୟ ସଦସ୍ୟଙ୍କ ସମେତ ପୋଲିସ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ ଉପସ୍ଥିତ ଥିଲେ । ଚିଲିକା ଉପରେ ବେଆଇନ ହେଲିକପ୍ଟର ଉଡ଼ାଣ ଏବଂ  ଓଡ଼ିଶା ଓ ଏହାର କଳା ସଂସ୍କୃତି ପ୍ରତି ଅରୁଚିକର ମନ୍ତବ୍ୟ ନେଇ ବେଶ କିଛି ଦିନ ଚର୍ଚ୍ଚାରେ ରହିଥିଲେ ଅଭିଜିତ୍‌ ଆୟାର ମିତ୍ର ।

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

5 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

12 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

28 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

34 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

47 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago